ଅଞ୍ଜୁଙ୍କ ଏକାଡେମୀ ଲାଗି କେନ୍ଦ୍ର କ୍ରୀଡ଼ା ବିଭାଗ ଦେଲା ୫ କୋଟି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଦେଶର ଅନ୍ୟତମ ପ୍ରସିଦ୍ଧ ଆଥଲେଟ୍‌ ଅଞ୍ଜୁ ବବି ଜର୍ଜଙ୍କର ବାଙ୍ଗାଲୋରରେ ରହିଛି ଏକ ଏକାଡେମୀ । ଏହାର ଭିତ୍ତିଭୂମି ଉନ୍ନତି ପାଇଁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ୫ କୋଟି ଟଙ୍କାର ସହଯୋଗ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏକାଡେମୀକୁ ବଢ଼ାଇବା ପାଇଁ ବିଭିନ୍ନ ସ୍ଥାନରୁ ଟଙ୍କା ଯୋଗାଡ଼ କରିବାକୁ ଅଞ୍ଜୁ ଘୁରି ବୁଲୁଥିବା ବେଳେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ୍‌ ରିଜିଜୁ ଏ ବାବଦରେ ସୂଚନା ପାଇବା ପରେ ତୁରନ୍ତ ୫ କୋଟି ଟଙ୍କା ସହଯୋଗର ଘୋଷଣା କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ୨୦୦୩ ମସିହାରେ ଅଞ୍ଜୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଆନ୍‌ସିପରେ ୬.୭୦ ମିଟର ଲମ୍ଫ ଡେଇଁ ଇତିହାସ ରଚନା କରି ପ୍ରଥମ ଭାରତୀୟ ଭାବରେ ହାସଲ କରିଥିଲେ ବ୍ରୋଞ୍ଜ ମେଡାଲ । ସିନିୟର ବିଶ୍ୱ ଆଥଲେଟିକ୍ସ ପ୍ରତିଯୋଗିତାରେ ଦୀର୍ଘ ୧୬ ବର୍ଷ ପରେ ମଧ୍ୟ ଏହା ଭାରତର ଏକମାତ୍ର ମେଡ଼ାଲ ହୋଇ ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*