ଅଜିତଙ୍କ ସହ ଶପଥ ନେବା ଘଟଣା ମୁହଁ ଖୋଲିଲେ ଫଡନାଭିସ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ମୁମ୍ବାଇ

ମହାରାଷ୍ଟ୍ରରେ ବିରୋଧୀ ଦଳର ନେତା ତଥା ପୂର୍ବମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ୨୩ ନଭେମ୍ବରରେ ରାକପା ନେତା ଅଜିତ ପାୱାରଙ୍କ ସହ ଶପଥ ନେବା ଘଟଣାକୁ ନେଇ ଶେଷର ମୁହଁ ଖୋଲିଛନ୍ତି । ଏହି ଦୁଇ ନେତାଙ୍କୁ ତିନି ଦିନ ପରେ ଇସ୍ତଫା ଦେବାକୁ ପଡିଥିଲା । ଦେବେନ୍ଦ୍ର ଫଡନାଭିସ୍‌ ଏହି ସମ୍ପୂର୍ଣ୍ଣ ଘଟଣାକ୍ରମ ସମ୍ପର୍କରେ କହିଛନ୍ତି ଯେ, ଅଜିତ୍‌ ପାୱାର ମୋତେ ସମସ୍ତ ୫୪ ବିଧାୟକଙ୍କ ସମର୍ଥନର ଭରସା ଦେଇଥିଲେ । ରାକପା ନେତା ଅଜିତ ମୋ ନିକଟକୁ ସରକାର ଗଠନ ପାଇଁ ପ୍ରସ୍ତାବ ଧରି ଆସିଥିଲେ ।
ମହାରାଷ୍ଟ୍ର ରାଜନୀତିରେ ଗତ କିଛି ସମୟ ଧରି ଏହି ଶପଥ ଗ୍ରହଣ ଘଟଣା ବଡ଼ ଚର୍ଚ୍ଚା ସୃଷ୍ଟି କରିଥିଲା । ସମସ୍ତେ ଅପେକ୍ଷା କରିଥିଲେ ସଂଖ୍ୟାବଳ ନଥିଲେ ମଧ୍ୟ କାହିଁକି ଫଡନାଭିସ୍‌ ଶପଥ ନେଇଥିଲେ । ଏ ସମ୍ପର୍କରେ ଫଡନାଭିସ୍‌ କହିଛନ୍ତି ଅଜିତ୍‌ ପାୱାର ଭାଜପା ସହ ମିଶି ସରକାର ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ । ସେ କିଛି ବିଧାୟକଙ୍କ ସହ ମୋତେ କଥା କରାଇଥିଲେ । ସେହି ବିଧାୟକମାନେ କହିଥିଲେ ଯେ, ଆମେ ଭାଜପା ସହ ଯିବାକୁ ଚାହୁଁଛୁ । ଏ ସମ୍ପର୍କରେ ଆମର ଶରଦ ପାୱାରଙ୍କ ସହ କଥାବାର୍ତ୍ତା ମଧ୍ୟ ହୋଇଥିଲା ।
ଫଡନାଭିସ୍‌ କହିଛନ୍ତି ଅଜିତ ପାୱାର ଆମ ସହ ସମ୍ପର୍କ କରିଥିଲେ ଏବଂ କହିଥିଲେ ରାକପା କଂଗ୍ରେସ ସହ ଯିବାକୁ ଚାହୁଁନାହିଁ । ତିନି ଦଳ ମିଶି ସରକାର ଚଳାଇବା ସମ୍ଭବ ମଧ୍ୟ ନୁହେଁ । ସ୍ଥିର ସରକାର ପାଇଁ ଭାଜପା ସହ ଯିବାକୁ ଆମେ ପ୍ରସ୍ତୁତ । ଆମେ ଅଜିତଙ୍କ ଏହି ପ୍ରସ୍ତାବକୁ ସ୍ୱୀକାର କରିଥିଲୁ ହେଲେ ଏହା ଆମ ପାଇଁ ଓଲଟା ହେଉଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*