ଅଜଣା ରୋଗରେ ଗୋରୁଗାଈ ଆକ୍ରାନ୍ତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : କୋଣାର୍କ

କୋଣାର୍କ ତଥା ଆଖପାଖ ଅଞ୍ଚଳରେ ଅଜଣା ରୋଗରେ ଶତାଧିକ ଗାଈ ଗୋରୁ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସୁଦୂର ବାଂଲାଦେଶରୁ ଆସିଥିବା ଏହି ଭୂତାଣୁ ଜନିତ ରୋଗ ବସନ୍ତ ନୁହେଁ ବୋଲି କୋଣାର୍କ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ବିମନ କୁମାର ବେହେରା ପ୍ରକାଶ କରିଥିଲେ । ଏହି ରୋଗ ହେବା ଦ୍ୱାରା ଗାଈଗୋରୁଙ୍କୁ ଜ୍ୱର ଲାଗି ରହିବା ସହ ଦେହରେ ବଡ଼ବଡ଼ ଘା’ ହେଉଥିବା ଦେଖିବାକୁ ମିଳୁଛି । ଏହା ଦ୍ୱାରା ଗୋରୁଗାଈମାନେ ଖାଦ୍ୟ ନ ଖାଇ ମୃତୁ୍ୟବରଣ କରୁଥିବା ଦେଖିବାକୁ ମିଳୁଛି । ଏ ଦିଗରେ ରାଜ୍ୟ ପଶୁ ସମ୍ପଦ ବିଭାଗ ଗୋରୁଗାଈମାନଙ୍କ ସୁରକ୍ଷା ଦୃଷ୍ଟିରୁ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*