ଅଜଗର ସହ ଲଢ଼ି ମୁକ୍ତି ପାଇଲା ୧୦ ବର୍ଷର ବାଳକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ: ବାଙ୍ଗାଲୋର

ସାହାସ ଓ ନିଷ୍ପତ୍ତି ନେବାର ତ୍ୱରିତପଣ ଦେଖାଇ ଅଜଗର କବଳରୁ ନିଜକୁ ମୁକ୍ତ କରିପାରିଛି ୧୦ ବର୍ଷ ବୟସର ବାଳକ ସଂକଳ୍ପ । ମାନ୍ନାଗୁଡ଼ା ଅନ୍ତର୍ଗତ ଉର୍ଭାରେ ଥିବା କାନାରା ସ୍କୁଲର ୫ମ ଶ୍ରେଣୀ ଛାତ୍ର ନିଜ ଘର ପାଖରେ ଥିବା ଏକ ମଠକୁ ସନ୍ଧ୍ୟାରେ ଯାଉଥିଲାବେଳେ ଏକ ଅଜଗର ତା’ର ଡାହାଣ ଗୋଡକୁ ଛନ୍ଦି ଦେଇଥିଲା । ଏ ଅବସ୍ଥାରେ ଅନ୍ୟ କେହି ଡରି ଯିବା ସାଧାରଣ କଥା । ହେଲେ ସଂକଳ୍ପ ଆଦୌ ଭୟ ନକରି ସାହସ ଦେଖାଇ ବା’ ଗୋଡ଼ରେ ଅଜଗରର ମୁହଁକୁ ମାରି ଚାଲିଥିଲା । ଅଜଗରଟି କାମୁଡ଼ିବାକୁ ଚେଷ୍ଟା କରିଥିଲା ବେଳେ ସଂକଳ୍ପର ଗୋଡ ମାଡ଼ରେ ଟିକିଏ କୋହଳ କରିଥିଲା ଜାବୁଡ଼ା । ତୁରନ୍ତ ଡାହାଣ ଗୋଡ କାଢ଼ି ଦୌଡ଼ି ପଳାଇଥିଲା ସଂକଳ୍ପ, ଆଉ ନିଜକୁ ନିଶ୍ଚିତ ମୃତୁ୍ୟ ମୁଖରୁ ବଞ୍ଚାଇଥିଲା ।
ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସଂକଳ୍ପ ଘର ପାଖ ଉର୍ଭୀ କ୍ରିଷ୍ଣା ମଠକୁ ଯାଇଥାଏ ସନ୍ଧ୍ୟା ଦୀପ ଲଗାଇବା ସକାଶେ । ମଠକୁ ଯିବାବେଳେ ସଂକଳ୍ପକୁ ଏକ ଡ୍ରେନ ପାର କରିବାକୁ ହୋଇଥାଏ । ଦୁଇ ଦିନ ତଳେ ସନ୍ଧ୍ୟା ପ୍ରାୟ ୭ଟା ବେଳେ ସେ ଘରୁ ବାହାରିଥିଲା ମଠକୁ ଯିବାକୁ । ଅଜଗରଟି ଡ୍ରେନରୁ ବାହାରି ରାସ୍ତାରେ ବୋଧେ ସେତେବେଳେ ଥିଲା । ଏଥିପ୍ରତି ଅଜଣା ଥିବା ସଂକଳ୍ପ ସେ ପାଖରେ ଗଲା ବେଳେ ସାପଟି ତା’ ଡାହାଣ ଗୋଡକୁ ଗୁଡ଼ାଇ ଦେଇଥିଲା ବୋଲି କହିଛନ୍ତି ସଂକଳ୍ପର ବାପା ଗୋପାଳ କ୍ରିଷ୍ଣା । ପ୍ରାୟ ୫ମିନିଟ ଧରି ଅଜଗର ସହ ଲଢ଼ିଥିଲା ସାହାସୀ ସଂକଳ୍ପ । ଅଜଗର କବଳରୁ ମୁକ୍ତ ହେବା ପାଇଁ ସଂକଳ୍ପ ତୁରନ୍ତ ଘରକୁ ଆସି ସବୁ କିଛି ବତାଇଥିଲେ ।
ତାଙ୍କ ଘର ଲୋକ ପାଖ ପଡୋଶୀଙ୍କୁ ଡାକି ଠେଙ୍ଗା ଧରି ଡ୍ରେନ ପାଖକୁ ଯାଇଥିଲେ । ସେତେବେଳକୁ ଅଜଗରଟି ଡ୍ରେନର ପାଇପ୍‌ ଭିତରକୁ ପଶିଯାଇଥିଲା । ଲୋକେ ଅଜଗରଟିକୁ ସେ ଭିତରୁ କାଢ଼ି ଅଖାରେ ପୁରାଇ ଥିଲେ । ଟିକିଏ ଦୂରରେ ଥିବା ପିଲିକୁଲା ଅଭୟାରଣ୍ୟରେ ଅଜଗରଟିକୁ ଛାଡ଼ି ଦେଇଛନ୍ତି ଲୋକେ । ସଂକଳ୍ପର ଘା’ ଶୁଖିବା ଆରମ୍ଭ କରିଥିଲା ବେଳେ ଏବେ ସେ ଅଞ୍ଚଳରେ ତା’ର ସାହାସର ଚର୍ଚ୍ଚା ଜୋର ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*