ଅଚାନକ ବଦଳିଲେ ବିକେ ଶର୍ମା : ଅଭୟ ନୂଆ ଡିଜିପି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

୫ ମାସ ହେଇନି ବଦଳିଗଲେ ପୁଲିସ ଡିଜି ବିଜୟ କୁମାର ଶର୍ମା । ଅଗଷ୍ଟ ମାସରେ ଡିଜିପି ଦାୟିତ୍ୱ ଗ୍ରହଣ କରିଥିବା ଶର୍ମାଙ୍କୁ ରାଜ୍ୟ ସରକାର ବୁଧବାର ଅଚାନକ ଡିଜିପି ପଦରୁ ଅବ୍ୟାହତ ଦେଇ ଗୃହ ବିଭାଗର ଓଏସଡି ଭାବେ ଅବସ୍ଥାପିତ କରିଛନ୍ତି । ନୂଆ ଡିଜିପି ଭାବେ ଶ୍ରୀ ଅଭୟଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ଶ୍ରୀ ଅଭୟ ଏବେ ଜାତୀୟ ପୁଲିସ ଏକାଡେମୀର ନିଦେ୍ର୍ଦଶକ ଭାବେ କାର୍ଯ୍ୟ କରୁଛନ୍ତି । ଶ୍ରୀ ଅଭୟ ଡିଜିପି ଦାୟିତ୍ୱ ନେବା ପର୍ଯ୍ୟନ୍ତ ଜେଲ ବିଭାଗ ଡିଜି ଥିବା ସତ୍ୟଜିତ ମହାନ୍ତି ମଧ୍ୟବର୍ତ୍ତିକାଳୀନ ଡିଜି ପଦରେ ରହିବେ । ସତ୍ୟଜିତ ମହାନ୍ତି ତୁରନ୍ତ ଡିଜି ଦାୟିତ୍ୱ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଦଶ ଦେଇଛନ୍ତି । ଗୋଇନ୍ଦା ବିଭାଗର ନିଦେ୍ର୍ଦଶକ ଥିବା ସୁନିଲ ରାୟଙ୍କୁ ଅଗ୍ନିଶମ ବିଭାଗର ନିଦେ୍ର୍ଦଶକ ଭାବେ ଦାୟିତ୍ୱ ଦିଆଯାଇଛି । ସତ୍ୟଜିତ ମହାନ୍ତିଙ୍କୁ ଗୋଇନ୍ଦା ବିଭାଗ ନିଦେ୍ର୍ଦଶକ ଭାବେ ନିଯୁକ୍ତି ଦିଆଯାଇଛି ।
ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପ୍ରଦାନରେ ଅନିୟମିତତା ଅଭିଯୋଗ ନେଇ ଶ୍ରୀ ଶର୍ମାଙ୍କୁ ରାତି ଅଧିଆ ବଦଳି କରାଯାଇଥିବା କୁହାଯାଉଛି । ଅଗ୍ନିଶମ ପ୍ରମାଣପତ୍ର ପାଇଁ ଆବେଦନ ପତ୍ର ଦୀର୍ଘ ଦିନଧରି ପଡି ରହୁଥିବା ଅଭିଯୋଗ ହୋଇ ଆସୁଥିଲା । ଅଗ୍ନିଶମ ଡିଜି ଭାବେ ବିଜୟ କୁମାର ଶର୍ମା କାର୍ଯ୍ୟ କରୁଥିବା ସମୟରେ ଏହି ଅଭିଯୋଗ ହୋଇଥିଲା । ଏହି ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶକ୍ରମେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଛି । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଗୃହ ସଚିବଙ୍କୁ ନେଇ କମିଟି ଗଠନ କରାଯାଇଛି । ଶର୍ମାଙ୍କୁ ବଦଳି କରାଯିବା ପଛରେ ଅନ୍ୟ କିଛି ରହସ୍ୟ ଥିବା ଚର୍ଚ୍ଚା ଜୋର ଧରିଛି । ରାଜ୍ୟ ସରକାର ଥାନା ଓ ଡାକ୍ତରଖାନାରେ ୫-ଟି ଯୋଜନା ଲାଗୁ କରିବା ପରେ ଆକ୍ସନ ମୁଡ୍‌ରେ ଥିଲେ ଡିଜିପି ଶର୍ମା । ୫-ଟି ଯୋଜନା ଦ୍ୱାରା ରାଜ୍ୟର ଅନେକ ଥାନାରେ ସଂସ୍କାର ଅଣାଯିବା ସହ ଅନେକ ପରିବର୍ତ୍ତନ ହୋଇଥିଲା । ଶର୍ମାଙ୍କ କାର୍ଯ୍ୟଶୈଳୀ ଯୋଗୁଁ ଏହି ସଂସ୍କାର ଅଣାଯାଇପାରିଛି ବୋଲି କୁହାଯାଇଥିଲା । ତେବେ ଶର୍ମାଙ୍କୁ ହଠାତ୍‌ ବଦଳି କରିଦିଆଯାଇଛି । ଚର୍ଚ୍ଚା ଅନୁଯାୟୀ, ବୁଧବାର ୟୁପିଏସସି ଓଡ଼ିଶାର ଡିଜିପି ଭାବେ ୩ ଜଣଙ୍କ ନାଁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇଥିଲା । ଏହି ତାଲିକାରେ ଶର୍ମାଙ୍କ ସହ ଶ୍ରୀ ଅଭୟ ଓ ପ୍ରଦୀପ କାପୁରଙ୍କ ନାମ ଥିଲା । ୩ ଜଣ ଯାକ ୧୯୮୬ ବ୍ୟାଚର ଆଇପିଏସ ଅଫିସର ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*