ଅଖିଳ ଭାରତୀୟ କାର୍ଯ୍ୟକାରୀ ମନ୍ଦଳର ତିନି ଦିନିଆ ବୈଠକ ରାମ ମନ୍ଦିର ନିର୍ମାଣ ରାଜନୈତିକ ନୁହେଁ, ଆସ୍ଥାର ବିଷୟ : ଡ.ମନମୋହନ ବୈଦ୍ୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର

ସମାଜରେ ଅନୁକୂଳ ବାତାବରଣ ପାଇଁ ସଂଘର ସ୍ୱଂୟ ସେବକ ମାନେ କଠିନ ପରିଶ୍ରମ କରିଥାଆନ୍ତି । ତେଣୁ ସଂଘ ପ୍ରତି ଭଲ ପାଇବା ବଢିଛି, ଏହି ସୂଚନା ଦେଇଛନ୍ତି ଆର୍ଏସ୍ଏସ୍ ସହ ସରକାର୍ଯ୍ୟବାହ ଡ.ମନମୋହନ ବୈଦ୍ୟ । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ବୁଧବାର ଅଖିଳ ଭାରତୀୟ କାର୍ଯ୍ୟକାରୀ ମନ୍ଦଳ ବୈଠକକୁ ଉଦ୍ଘାଟନ କରି ଡ.ମନମୋହନ ବୈଦ୍ୟ କହଥିଲେ ଯେ,ଆଯୋଧ୍ୟାରେ ଶ୍ରୀରାମ ମନ୍ଦିର ରାଜନୈତିକ ନୁହେିଁ । ଏହା ଦେଶର ଆସ୍ଥାର ବିଷୟ । ସେହିପରି କାଶ୍ମୀରରେ ଧାରା ୩୭୦ ଏକ ଅସ୍ଥାୟୀ ଧାରା ଥିଲା । ପଶ୍ଚିମବଙ୍ଗରେ କ୍ରମାଗତ ଭାବେ ହିଂସା ବଢୁଥିବା ପ୍ରସଙ୍ଗରେ ସେ ନିଜର ମତ ଦେଇ କହିଥିଲେ ଯେ କ୍ରମାଗତ ଭାବରେ ଯେପରି ରାଷ୍ଟ୍ରୀୟ ବିଚାରଧାରା ପୋଷଣ କରୁଥିବା ଲୋକମାନଙ୍କୁ ହତ୍ୟା କରାଯାଉଛି ତାହା ଅତ୍ୟନ୍ତ ଦୁଭାର୍ଗ୍ୟଜନକ । ତେବେ ସରକାର ସବୁ କିଛି କରି ପାରିବ ନାହିଁ । ସମାଜକୁ ନିଜେ ନିଜର କାର୍ଯ୍ୟ କରିବାକୁ ହେବ । ଏହି ଭାବନାକୁ ନେଇ ସଂଘର ସ୍ୱୟଂ ସେବକ ମାନେ ସମାଜ ପରିବର୍ତନ କାର୍ଯ୍ୟରେ ସକ୍ରିୟ ଅଛନ୍ତି । ଦେଶରେ ଲଗାତାର ଭାବେ ସଂଘର ବିସ୍ତାର ବଢିବାରେ ଲାଗିଛି । ବିଶେଷ କରି ଅଧିକରୁ ଅଧିକ ଯୁବକ ଓ ଛାତ୍ର ସଂଘରେ ସାମିଲ ହେଉଛନ୍ତି । ୧୯୯୮ ମସିହାରୁ ଆରମ୍ଭ ହୋଇଥିବା ଗ୍ରାମ ବିକାଶର ପରିଣାମ ଅନେକ ଗ୍ରାମରେ ଦେଖିବାକୁ ମିଳୁଛି । ସମାଜରୁ ଜାତିଭେଦ ବନ୍ଧନକୁ ହଟାଇ ତଥା ସଂପୂର୍ଣ୍ଣ ସମାଜକୁ ଏକତ୍ର କରିବାର ଭାବନା ସମାଜରେ ଜାଗ୍ରତ କରିବା ପାଇଁ ସାମାଜିକ ସମରସତା ସୃଷ୍ଟି କରିବାକୁ ସଂଘର ସ୍ୱୟଂ ସେବକ ମାନେ କାର୍ଯ୍ୟ କରୁଛନ୍ତି । ଏହି କାରଣରୁ ସଂଘର ସ୍ୱୟଂ ସେବକ ପୁର୍ନବାର କୁଟୁମ୍ବ ପ୍ରବୋଧନ ପାଇଁ କାର୍ଯ୍ୟ କରୁଛନ୍ତି । ପରିବେଶ ସୁରକ୍ଷା ପାଇଁ ସଂଘର ସ୍ୱୟଂସେବକ ବୃକ୍ଷରୋପଣ, ପାଣିର କମ୍ ବ୍ୟବହାର ବା ସୁବିନିଯୋଗ ଏବଂ ପ୍ଲାଷ୍ଟିକ ବ୍ୟବହାର ନକରିବା ଆଦି କାର୍ଯ୍ୟରେ ଲାଗିଛନ୍ତି । ବର୍ତମାନ ସାରା ଦେଶରେ ୫୭,୪୧୧ ଦୈନିକ ଶାଖା ଓ ୧୮୯୨୩ ସାପ୍ତାହିକ ମିଳନ ଚାଲୁଅଛି । ୨୦୦୯ ମସିହାରେ ସଂଘର କାମକୁ ବଢାଇବା ପାଇଁ ଯୋଜନା ହୋଇଥିଲା । ଏହି କାରଣରୁ ୨୦୧୦ ମସିହାରୁ କ୍ରମାଗତ ଭାବେ ଶାଖା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୨୦୧୦ ମସିହା ପରେ ଓଡ଼ିଶାରେ ୧୯ ହଜାର ୫୮୪କୁ ବୃଦ୍ଧି ପାଇଛି । ୨୦୧୦ରୁ ୨୦୧୪ ମସିହା ପର୍ଯ୍ୟନ୍ତି ପ୍ରାୟ ୬ ହଜାର ଶାଖା ବୃଦ୍ଧି ପାଇଥିଲା । ତେବେ ୨୦୧୩ ମସିହାରେ ୱେବସାଇଟ ମାଧ୍ୟମରେ ଜଏନ୍ ଆରଏସ୍ଏସ୍ ନାମରେ ଏକ ଯୋଜନା ସଂଘ ଆରମ୍ଭ କରିଥିଲା । ଏଥିରେ ସାମିଲ ହେବା ପାଇଁ ବହୁ ସଂଖ୍ୟାରେ ଅନୁରୋଧ ଆସିଥିଲା । ୨୦୧୩ ମସିହାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ ସାମିଲ ହେବା ପାଇଁ ୮୮,୮୪୩ ଅନୁରୋଧ କରିଥିବା ବେଳେ ୨୦୧୪ରୁ ୨୦୧୬ ମସିହା ଭିତରେ ବାର୍ଷିକ ୯୦ରୁ ୯୫ ହଜାର ଲୋକ, ୨୦୧୭ ମସିହାରେ ୧.୨୫ ଲକ୍ଷ, ୨୦୧୮ରେ ୧.୫ ଲକ୍ଷ ଓ ୨୦୧୯ ସେପ୍ଟେମ୍ବର ପର୍ଯ୍ୟନ୍ତି ୧.୩ ଲକ୍ଷ ଲୋକମାନେ ଅନୁରୋଧ କରିଛନ୍ତି । ଏହାସହିତ ସଂଘ କାର୍ଯ୍ୟକର୍ତାଙ୍କ ପ୍ରଶିକ୍ଷଣ ଉପରେ ଯୋର ଦିଆଯାଉଛି ।
ଅଖିଳ ଭାରତୀୟ କାର୍ଯ୍ୟକାରୀ ମନ୍ଦଳ ବୈଠକରେ ଦେଶର ସମସ୍ତ ପ୍ରାନ୍ତର ପ୍ରାନ୍ତ ସ୍ତରୀୟ ଅଧିକାରୀ ମାନେ ସାମିଲ ହୋଇଛନ୍ତି । ତିନି ଧରି ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପ୍ରାୟ ୩୫୦ରୁ ଅଧିକ ପ୍ରତିନିଧି ସାମିଲ ହୋଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ଅରୁଣ କୁମାର ଓ ଅଖିଳ ଭାରତୀୟ ସହ ପ୍ରଚାର ପ୍ରମୁଖ ନରେନ୍ଦ୍ର ଠାକୁର ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*