‘ଅକ୍ଷୟ ଓ ମୋ କ୍ୟାରିୟର୍‌ରେ ବହୁ ସମାନତା ରହିଛି’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବଲିଉଡ୍‌ ଇନ୍ଦଷ୍ଟ୍ରିର ଫିଟ୍‌ ଆକ୍ଟର୍ସଙ୍କ ମଧ୍ୟରେ ଜଣେ ହେଉଛନ୍ତି ବିଦୁ୍ୟତ୍‌ ଜମ୍‌ୱାଲ । ନିଜର ଆକ୍ସନ୍‌ ଏବଂ ଷ୍ଟଣ୍ଟ୍‌ ଜରିଆରେ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବିଦୁ୍ୟତ୍‌ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ବିଦୁ୍ୟତ୍‌ ଗଣମାଧ୍ୟମକୁ ଦେଇଥିବା ଏକ ଇଣ୍ଟର୍‌ଭୁ୍ୟରେ ଅକ୍ଷୟ କୁମାରଙ୍କୁ ନେଇ ନିଜର ମନ କଥା କହିଛନ୍ତି । ଖିଲାଡ଼ୀ କୁମାରଙ୍କ ବଡ଼ ପ୍ରଂଶସକଙ୍କ ମଧ୍ୟରେ ଜଣେ ବୋଲି କହିଛନ୍ତି । ବିଦୁ୍ୟତ୍‌ଙ୍କ ମତରେ ଅକ୍ଷୟଙ୍କ ବଲିଉଡ୍‌ ସଫର୍‌ ତାଙ୍କୁ ଇନ୍‌ସ୍ପାୟର୍‌ କରିଛି । ବ୍ୟାଙ୍କକ୍‌ରେ ଜଣେ କୁକ୍‌ରୁ ମୁମ୍ବାଈରେ ଜଣେ ସାଧାରଣ କଳାକାର ଭାବେ କ୍ୟାରିଅର ଆରମ୍ଭ କରିଥିବା ଅକ୍ଷୟ ବର୍ତ୍ତମାନର ଜଣେ ସଫଳ ସୁପରଷ୍ଟାର୍‌ଙ୍କ ମଧ୍ୟରେ ଗଣାଯାଉଛନ୍ତି । ତାଙ୍କର ଏହି ଯାତ୍ରା ବେଶ୍‌ ପ୍ରେରଣାଦାୟକ ବୋଲି ସେ କହିଛନ୍ତି । ଯଦି ଆଗାମୀ ଭବିଷ୍ୟତରେ ଅକ୍ଷୟଙ୍କ ଜୀବନୀକୁ ନେଇ ବାୟୋପିକ୍‌ ନିର୍ମାଣ ହୁଏ, ତେବେ ଅକ୍ଷୟଙ୍କ ଭୂମିକାକୁ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବିଦୁ୍ୟତ୍‌ । ଏଥିସହତି ବିଦୁ୍ୟତ୍‌ କହିଛନ୍ତି ଯେ, ଅକ୍ଷୟ ଓ ତାଙ୍କ କ୍ୟାରିୟରରେ ବହୁ ସମାନତା ରହିଥିବା ମିଡିଆକୁ କହିଛନ୍ତି । ଅକ୍ଷୟଙ୍କ ପରି ବିଦୁ୍ୟତ୍‌ ମଧ୍ୟ ଫିଲ୍ମ କ୍ୟାରିୟର ଆରମ୍ଭରେ ଛୋଟ ମୋଟ ଭୂମିକାରେ ଅଭିନୟ କରିଛନ୍ତି । ସେହିପରି ଫିଲ୍ମର ଆକ୍ସନ୍‌ ସୀନ୍‌ଗୁଡ଼ିକୁ ଦୁହେଁ ନିଜେ କରିବାକୁ ପସନ୍ଦ କରିଥାନ୍ତି ।
ବିଦୁ୍ୟତ୍‌ ଜମ୍‌ୱାଲଙ୍କ ଆଗାମୀ ପ୍ରୋଜେକ୍ଟ କଥା କହିବାକୁ ଗଲେ, ପାନୋରାମା ଷ୍ଟୁଡିଓଜ୍‌ ପ୍ରଡକ୍ସନ୍‌ରେ ନିର୍ମାଣ ହେଉଥିବା ଫିଲ୍ମ ‘ଖୁଦା ହାଫିଜ୍‌’ରେ ସେ ଆସୁଛନ୍ତି । ଏହା ଏକ ରୋମାଣ୍ଟିକ୍‌ ଆକ୍ସନ୍‌ ଥ୍ରୀଲର୍‌ ଫିଲ୍ମ ଅଟେ । ଫାରୁକ୍‌ କୁମାରଙ୍କ ଦ୍ୱାରା ନିଦେ୍ର୍ଦଶିତ ଏହି ଫିଲ୍ମଟି ଆସନ୍ତାବର୍ଷ ପ୍ରାରମ୍ଭରେ ମୁକ୍ତିଲାଭ କରିବାର ଯୋଜନା ରହିଛି । ଫିଲ୍ମଟିର ସୁଟିଂ ଉଜ୍‌ବେକିସ୍ତାନରେ ଆରମ୍ଭ ହୋଇଯାଇଥିବା ବେଳେ ଏହାକୁ କୁମାର ମଙ୍ଗତ ପାଠକ୍‌ ଏବଂ ଅଭିଷେକ ପାଠକ୍‌ ମିଳିତ ଭାବେ ଏହାର ପ୍ରଯୋଜନା ଦାୟିତ୍ୱ ସମ୍ଭାଳୁଛନ୍ତି । ଏଥିସହିତ ବିଦୁ୍ୟତ୍‌ଙ୍କ ଅଭିନୀତ ‘କମାନେ୍ଦା-୩’ ନଭେମ୍ବର ୨୯ରେ ରିଲିଜ ଅପେକ୍ଷାରେ ରହିଛି । ଏଥିରେ ତାଙ୍କ ଅପୋଜିଟ୍‌ ଅଦା ଶର୍ମା ଅଭିନୟ କରୁଛନ୍ତି । ଏହାବ୍ୟତୀତ ବିଦୁ୍ୟତ୍‌ ଏସ୍‌ ଶଙ୍କରଙ୍କ ଦ୍ୱାରା ନିଦେ୍ର୍ଦଶିତ ତାମିଲ ଫିଲ୍ମ ‘ଇନ୍ଦିଆନ୍‌-୨’ରେ ମଧ୍ୟ ନଜର ଆସିବେ । ଏଥିରେ ବିଦୁ୍ୟତ୍‌ଙ୍କ ବ୍ୟତୀତ କାଜଲ ଅଗ୍ରୱାଲ, ରାକୁଲପ୍ରୀତ୍‌ ସିଂ, ସିଦ୍ଧାର୍ଥ, ବିବେକ ଏବଂ କମଲହାସନ୍‌ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*