ବ୍ରେକିଙ୍ଗ ନିଉଯ

ପ୍ରିୟଙ୍କା ପୁଣି କୋଭିଡ୍‌ ପଜିଟିଭ

2022-08-10 12:56:36 ଦେଶ

ପୁଣି କରୋନାରେ ଆକ୍ରାନ୍ତ ହେଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟୁଇଟ୍‌କରି ସୂଚନା ଦେଇଛନ୍ତି । ସେ ଘରେ ନିଜକୁ ଆଇସୋଲେଟ କରି ରଖିଛନ୍ତି । ସମସ୍ତ ପ୍ରଟୋକଲ ପାଳନ କରୁଥିବା ସେ କହିଛନ୍ତି ।

ଏଜେନ୍ସୀ : ନୂଆଦିଲ୍ଲୀ :

ପୁଣି କରୋନାରେ ଆକ୍ରାନ୍ତ ହେଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟୁଇଟ୍‌କରି ସୂଚନା ଦେଇଛନ୍ତି । ସେ ଘରେ ନିଜକୁ ଆଇସୋଲେଟ କରି ରଖିଛନ୍ତି । ସମସ୍ତ ପ୍ରଟୋକଲ ପାଳନ କରୁଥିବା ସେ କହିଛନ୍ତି । ଦୁଇ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରିୟଙ୍କା ଗାନ୍ଧୀ କରୋନା ସଂକ୍ରମିତ ହୋଇଛନ୍ତି । ଏହାପୂର୍ବରୁ ଜୁନ୍‌ ୩ ରେ ସେ କରୋନା ପଜିଟିଭ୍‌ ହୋଇଥିଲେ । ସେପଟେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମଧ୍ୟ ଅସୁସ୍ଥ ଥିବ କୁହାଯାଉଛି । ଏଥିପାଇଁ ସେ ନିଜ ରାଜସ୍ଥାନ ଅଲଭର ଗସ୍ତ ବାତିଲ କରିଦେଇଥିବା ସୂଚନା ମିଳିଛି । ସୂଚନା ମୁତାବକ, ରାହୁଲ ଗାନ୍ଧିଙ୍କ ଅଲବରରେ ନେତୃତ୍ୱ ସଙ୍କଳ୍ପ ଶିବିର’ରେ ସାମିଲ ହେବା କାର୍ଯ୍ୟକ୍ରମ ଥିଲା । ଜୁନ୍‌ମାସରେ ପ୍ରିୟଙ୍କା ପଜିଟିଭି ହେବା ପରେ ତାଙ୍କ ମା’ ଏବଂ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ ହୋଇଥିଲା । ଏହା ପରେ ପ୍ରିୟଙ୍କା ଟୁଇଟ୍‌ କରି କହିଥିଲେ ଯେ ସାମାନ୍ୟ ଲକ୍ଷଣ ପରେ କରୋନା ପରୀକ୍ଷା କରାଯାଇଥିଲା । ରିପୋର୍ଟ ପଜିଟିଭ୍‌ ଆସିଥିଲା । ନିକଟରେ କଂଗ୍ରେସ ଦରଦାମ ବୃଦ୍ଧି ଓ ଜିଏସ୍‌ଟିକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଏହି ସମୟରେ ରାହୁଲ ଗାନ୍ଧି ନେତୃତ୍ୱରେ କଂଗ୍ରେସ ସାଂସଦମାନେ ଶୋଭଯାତ୍ରା ବାହାର କରିଥିଲେ । ଏହାପରେ ପୁଲିସ ବିଜୟ ଚୌକରେ ପୁଲିସ ସମସ୍ତ ସାଂସଦଙ୍କୁ ଅଟକ ରଖିଥିଲା ।

ସମ୍ବନ୍ଧୀୟ ଖବର