ବ୍ରେକିଙ୍ଗ ନିଉଯ

୫ ବର୍ଷର ନାବାଳିକାକୁ ଅନାଥ କରିଦେଲା ବିଦ୍ୟୁତ ଆଘାତ

2022-08-10 12:09:18 ରାଜ୍ୟ

ବିଦ୍ୟୁତ  ଆଘାତରେ ବାପାମା’ଙ୍କ ଜୀବନ ଚାଲିଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ସାମାନ୍ୟ ଆହତ ହୋଇଛି ୫ ବର୍ଷର ଝିଅ । ଏପରି ହୃଦୟ ବିଦାରକ ଘଟଣା  କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଆଜି ସକାଳୁ ଘଟିଛି ।

ନିର୍ଭୟ ମିଡ଼ିଆ : ଚମ୍ପୁଆ :

କ୍ଷଣକରେ ବଦଳିଗଲା ଦୁନିଆ । ଛାରଖାର ହୋଇଗଲା ହସଖୁସିର ସଂସାର । ଅଳିଅଳିରେ ବଢୁଥିବା କୁନି ଝିଅ ମୁଣ୍ଡ  ଉପରୁ ଉଠିଗଲା ବାପାମା’ଙ୍କ ହାତ  । ଅନାଥ କରିଦେଲା ବିଦ୍ୟୁତ  ଆଘାତ । ବିଦ୍ୟୁତ  ଆଘାତରେ ବାପାମା’ଙ୍କ ଜୀବନ ଚାଲିଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ସାମାନ୍ୟ ଆହତ ହୋଇଛି ୫ ବର୍ଷର ଝିଅ । ଏପରି ହୃଦୟ ବିଦାରକ ଘଟଣା  କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଆଜି ସକାଳୁ ଘଟିଛି । ମୃତ ଦମ୍ପତି ଯୋଡ଼ା ଥାନା ଅଂସେଇକଳା ପଞ୍ଚାୟତ ଜାମୁକୁନ୍ଦିଆ ଗାଁର ମାନ୍ଦୁରୁ ମୁନ୍ଦା ଓ ତାଙ୍କ ପତ୍ନୀ ରାଇମୁଣା ମୁନ୍ଦା । ଆହତ ନାବାଳିକା ହେଉଛି ଆରନୀ ମୁନ୍ଦା । ମାଣ୍ଡୁରୁ   ଓ ରାଇମୁଣାଙ୍କର ୫ଟି ସନ୍ତାନ ଥିବା ବେଳେ ଆରନୀ ହେଉଛି ସାନ । ଗତକାଲି ରାତିରେ ମାଣ୍ଡୁରୁ  ଓ ରାଇମୁଣା  ଗୋଟିଏ ରୁମ୍‌ରେ ଶୋଇଥିବା ବେଳେ ସେମାନଙ୍କ ନିକଟରେ ଶୋଇଥିଲା ଆରନୀ  । ମାତ୍ର ବିଳମ୍ବିତ ରାତିରେ ହଠାତ୍‌ ଆରନୀ ଚିକ୍ରାର କରି ବାହାରକୁ ଦୌଡ଼ି ଆସିଥିଲା । ପରିବାରର ଅନ୍ୟମାନେ ଉଠି ଉକ୍ତ ରୁମ୍‌କୁ  ଯାଇ  ମାଣ୍ଡୁରୁ   ଓ ରାଇମୁଣାଙ୍କର ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଲେ । ଆରନୀଙ୍କୁ ସାମାନ୍ୟ ବିଦ୍ୟୁତ  ଆଘାତ ଲାଗିଥିବାରୁ ସେ ଚିକ୍ରାର କରି ବାହାରକୁ ପଳାଇ ଆସିଥିବା ବେଳେ ଘଟଣାସ୍ଥଳରେ କିନ୍ତୁ ତାଙ୍କ ବାପାମା’ଙ୍କ ମୃତ୍ୟୁ  ହୋଇଥିବା ଜଣାଯାଇଛି ।  ଆହତ ଆରନୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଗାଁରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି ଯୋଡ଼ା ପୁଲିସ୍‌ । ଶବ ବ୍ୟବଚ୍ଛେଦ ପରେ  ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛି ପୁଲିସ୍‌ ।  ନାବାଳିକାଟି ଧିରେ ଧିରେ ସୁସ୍ଥ ହେଉଥିବା ବେଳେ ନିଜ ବାପାମା’ଙ୍କୁ ଖୋଜୁଛି ।

ସମ୍ବନ୍ଧୀୟ ଖବର