ବ୍ରେକିଙ୍ଗ ନିଉଯ

ଲକ୍ଷ୍ମୀଡୁଙ୍ଗୁରୀ ପାହାଡ଼ରେ ଭୂସ୍ଖଳନ, ଯାତାୟାତ ଠପ୍‌

2022-08-10 11:42:19 ରାଜ୍ୟ

ଲଗାଣ ବର୍ଷା ଯୋଗୁ ସମ୍ବଲପୁର-ବୁର୍ଲା ରାସ୍ତର ୫୩ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀଡୁଙ୍ଗୁରୀ ପାହାଡ଼ରେ ଭୂସ୍ଖଳନ ହୋଇଛି । ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ । ପାହାଡ଼ରୁ ପଥର  ଖଣ୍ଡ  ଗୁଡ଼ିକ ରାସ୍ତାରେ ପଡ଼ି ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । 

 ନିର୍ଭୟ ମିଡ଼ିଆ : ସମ୍ବଲପୁର

ଲଗାଣ ବର୍ଷା ଯୋଗୁ ସମ୍ବଲପୁର-ବୁର୍ଲା ରାସ୍ତର ୫୩ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀଡୁଙ୍ଗୁରୀ ପାହାଡ଼ରେ ଭୂସ୍ଖଳନ ହୋଇଛି । ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ । ପାହାଡ଼ରୁ ପଥର  ଖଣ୍ଡ  ଗୁଡ଼ିକ ରାସ୍ତାରେ ପଡ଼ି ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ମହାନଦୀ ବ୍ରିଜ ନିକଟରୁ ବ୍ୟାରିକେଟ କରାଯାଇ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱକୁ ବନ୍ଦ କରି ଦିଆଯାଇଛି । ବର୍ଷା ଲାଗି ରହିଥିବାରୁ କୌଣସି ମୂହୂର୍ତ୍ତରେ ମଧ୍ୟ ପୁଣି ଥରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି । ଏଥିପାଇଁ ସେହି ରାସ୍ତା ଦେଇ ଯିବାଆସିବା କରିବାକୁ ବାରଣ କରାଯାଇଛି । ଲକ୍ଷ୍ମୀଡୁଙ୍ଗୁରି ପାହାଡ଼ରୁ ପଥର ଖସିବା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଲକ୍ଷ୍ମୀଡୁଙ୍ଗୁରୀ ପାହାଡ଼ରୁ ପଥର ଖସିଥିଲା । ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରଟି ଗତକାଲି ଅବପାତରେ ପରିଣତ ହେବା ପରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ଏହା ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଅତିପ୍ରବଳ ବର୍ଷାର ବି ସମ୍ଭାବନା ରହିଛି । ଏହାସହ ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦରରେ  ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।


ସମ୍ବନ୍ଧୀୟ ଖବର