ବ୍ରେକିଙ୍ଗ ନିଉଯ

ଅଧାରେ ରହିଲା ଜଗା ଦର୍ଶନ,ପର୍ଯ୍ୟଟକ ବସ୍‌ ଓଲଟି ୪୦ ଆହତ

2022-08-10 11:40:11 ରାଜ୍ୟ

ବାଲେଶ୍ୱର  ଜିଲ୍ଲା ସୋର ଥାନା ତଳନଗର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୪୦ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରେ ୧୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ନିର୍ଭୟ ମିଡ଼ିଆ : ସୋର :

ଅଧାରେ ରହିଲା ଜଗା ଦର୍ଶନ । ପର୍ଯ୍ୟଟକ ମାନେ ପଶ୍ଚିମବଙ୍ଗରୁ ପୁରୀକୁ ଜଗା ଦର୍ଶନ କରିବା ପାଇଁ ଆସୁଥିବାବେଳେ  ବସ୍‌ଟି ବାଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି । ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଲେଶ୍ୱର  ଜିଲ୍ଲା ସୋର ଥାନା ତଳନଗର ଛକ ନିକଟରେ । ଦୁର୍ଘଟଣାରେ ୪୦ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରେ ୧୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ  ସୋର ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ଭୋରୁ ବସ୍‌ଟି ପର୍ଯ୍ୟଟକଙ୍କୁ ନେଇ ପଶ୍ଚିମବଙ୍ଗ ଜିଲ୍ଲା ଚବିଶପ୍ରଗଣା ଅଞ୍ଚଳରୁ ପୁରୀ ଅଭିମୁଖେ ଆସୁଥିଲା । ତଳନଗର ଛକ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ପୁଲିସ, ଦମକଳ କର୍ମଚାରୀ ଓ କିଛି ସ୍ୱେଚ୍ଛାସେବୀ ଘଟଣାସ୍ଥଳରେ ପହଞ୍ଚô ଆହତ ପର୍ଯ୍ୟଟକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡ୍ରାଇଭରର ନିଦ ଲାଗିଯିବାରୁ ଏପରି ଦୁର୍ଘଟଣା ଘଟିଲା ବୋଲି ସନେ୍ଦହ କରାଯାଉଛି । ବସ୍‌ରେ ୭୫ଜଣ ପର୍ଯ୍ୟଟକ ଥିଲେ । ପୁଲିସ ବସ୍‌କୁ ଜବତ  କରି ଘଟଣା ତଦନ୍ତ କରୁଛି ।


ସମ୍ବନ୍ଧୀୟ ଖବର