ବ୍ରେକିଙ୍ଗ ନିଉଯ

ଧୋଇଗଲା ବ୍ରିଜ, ଓଡ଼ିଶା- ଛତିଶଗଡ଼ ଯୋଗାଯୋଗ ବିଚ୍ଚ୍ଥିନ୍ନ

2022-08-10 11:38:03 ରାଜ୍ୟ

ଲଗାଣ ବର୍ଷା ଯୋଗୁ ଭୁଶୁଡ଼ିଲା ବ୍ରିଜ୍‌  । ନୂଆପଡା ଜିଲ୍ଲା ଜୋଙ୍କ ନଦୀ ଉପରେ ଥିବା ବ୍ରିଜଟି ଗତ ରାତିରେ ଧୋଇ ହୋଇଯାଇଛି  । ବ୍ରିଜ ଭାଙ୍ଗିବା ଯୋଗୁ ଓଡ଼ିଶା- ଛତିଶଗଡ଼ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଚ୍ଥିନ୍ନ ହୋଇ ଯାଇଛି ।

ନିର୍ଭୟ ମିଡ଼ିଆ : ନୂଆପଡ଼ା :

ଲଗାଣ ବର୍ଷା ଯୋଗୁ ଭୁଶୁଡ଼ିଲା ବ୍ରିଜ୍‌  । ନୂଆପଡା ଜିଲ୍ଲା ଜୋଙ୍କ ନଦୀ ଉପରେ ଥିବା ବ୍ରିଜଟି ଗତ ରାତିରେ ଧୋଇ ହୋଇଯାଇଛି  । ବ୍ରିଜ ଭାଙ୍ଗିବା ଯୋଗୁ ଓଡ଼ିଶା- ଛତିଶଗଡ଼ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଚ୍ଥିନ୍ନ ହୋଇ ଯାଇଛି । ଲଗାଣ ବର୍ଷା ଯୋଗୁ କିଛି ଦିନ ହେବ ଜୋଙ୍କ ନଦୀ ଉପରେ ପାଣି ପ୍ରବାହିତ ହେଉଥିଲା । ଜୋଙ୍କ ନଦୀ ସୁନାବେଡ଼ା ଅଭୟାରଣ୍ୟରୁ ବାହାରିଥିବା ବେଳେ ଏହି ବ୍ରିଜ ସାରାବଙ୍ଗରୁ ଓ ଆମାନାରା ଗାଁ ମଝିରେ ରହିଛି । ଏହି ବ୍ରିଜ ଛତିଶଗଡ଼ର ଗରିଆବନ୍ଧ ଓ ମହାସମୁନ୍ଦ ଜିଲ୍ଲାକୁ ସଂଯୋଗ କରିଥାଏ । ପ୍ରତିଦିନ ଏହି ବ୍ରିଜ ଉପରେ ଶହ ଶହ ଗାଡ଼ି ଯାତାୟତ କରିଥାଏ । ତଥା ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଯାତାୟତର ଏହା ଏକ ପ୍ରମୁଖ ମାଧ୍ୟମ  । ମାତ୍ର ଲଗାଣ ବର୍ଷା ଯୋଗୁ ଗତକାଲି ରାତିରେ ବ୍ରିଜଟି ଧୋଇ ହୋଇଯାଇଛି । ବ୍ରିଜର ଅପର ପାଶ୍ୱର୍ରେ ୫ଟି ପଞ୍ଚାୟତ ରହିଯାଇଥିବାରୁ ସେମାନେ ବାହ୍ୟ ଜଗତ ସହ ସମ୍ପୂର୍ଣ୍ଣ ବିଚ୍ଚ୍ଥିନ୍ନ ହୋଇଯାଇଛନ୍ତି । ଖବର ପାଇ ଆଜି ସକାଳେ ଆଡିସନାଲ ତହସିଲଦାର, ନୂଆପଡ଼ା ବିଡିଓ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ବର୍ଷା ଛାଡ଼ିଲେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଇ ବ୍ରିଜକୁ ପୁଣି ଥରେ କାର୍ଯ୍ୟକ୍ଷମ କରାଯିବ ବୋଲି ବିଡି କହିଛନ୍ତି ।    ୨ ବର୍ଷ ପୂର୍ବେ ଏପରି ଘଟଣା ଘଟିଥିବା ବେଳେ ୨ ବାଇକ୍‌ ଆରୋହୀ ନଦୀ ସ୍ରୋତରେ ଭାସି ମୃତ୍ୟୁମୁଖରେ ପଡ଼ିଥିଲେ । ପୁଣି ଏବେ ସେହି ଘଟଣାର ପୁନରାବୃତ୍ତି ହୋଇଥିବା ବେଳେ ଭାଗ୍ୟବଶଃତ କିଛି ଜୀବନହାନୀ ହୋଇନି ।


ସମ୍ବନ୍ଧୀୟ ଖବର