ବ୍ରେକିଙ୍ଗ ନିଉଯ

ବିହାରରେ ଭାଙ୍ଗିଲା ଭାଜପା ଜେଡିୟୁ ମେଣ୍ଟ

2022-08-09 13:44:50 ଦେଶ

ଭାଜପାର ହାତ ଛାଡିଲା ଜେଡିୟୁ । ବିହାରରେ ଭାଙ୍ଗିଲା ଭାଜପା -ଜେଡିୟୁ ମେଣ୍ଟ । ବିଧାୟକଙ୍କ ସହ ବୈଠକ ପରେ ଘୋଷଣା କଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । 

ଏଜେନ୍ସୀ : ପାଟନା :

ଭାଜପାର ହାତ ଛାଡିଲା ଜେଡିୟୁ । ବିହାରରେ ଭାଙ୍ଗିଲା ଭାଜପା -ଜେଡିୟୁ ମେଣ୍ଟ । ବିଧାୟକଙ୍କ ସହ ବୈଠକ ପରେ ଘୋଷଣା କଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ମଙ୍ଗଳବାର ସକାଳୁ ବିହାରରେ ରାଜନୈତିକ ହଲଚଲ ଜାରି ରହିଥିଲା । କୌଣସି ସମୟରେ ବି ଔପଚାରିକ ରୂପେ ଭାଜପା ଠାରୁ ଜେଡିୟୁ ମେଣ୍ଟ ଭାଙ୍ଗିପାରେ ବୋଲି ଘୋଷଣ ହେବ ବୋଲି କୁହାଯାଉଥିଲା । ଏହାରି ଭିତରେ ଭାଜପା ଓ ଜେଡିୟୁ ଅଲଗା ହୋଇଥିବା ଖବର ସାମ୍ନାକୁ ଆସିଛି । ନୀତୀଶ କୁମାର ଏବେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେବେ ।ଏହାପୂର୍ବରୁ ସେ ରାଜ୍ୟପାଳଙ୍କୁ ଭେଟିବା ପାଇଁ ସମୟ ମାଗିଥିଲେ । ତେବେ ଭାଜପା ସହ ମେଣ୍ଟ ଭାଙ୍ଗିବା ପରେ ନୀତୀଶ ଆର୍‌ଜେଡି ସହ ହାତ ମିଳାଇପାରନ୍ତି । କଂଗ୍ରେସ ଓ ଆର୍‌ଜେଡି ସହ ମିଶି ନୀତୀଶ ମହାମେଣ୍ଟ୨.୦ ପାଇଁ ପ୍ରସ୍ତୁତ ହେବ ବୋଲି ଏକ ସୂତ୍ରରୁ ଜଣାପଡିଛି ।


ସମ୍ବନ୍ଧୀୟ ଖବର