ବ୍ରେକିଙ୍ଗ ନିଉଯ

ମହାରାଷ୍ଟ୍ରରେ ୫୦-୫୦ ଫର୍ମୁଲା, ଶପଥ ନେଲେ ୧୮ ମନ୍ତ୍ରୀ

2022-08-09 13:35:12 ଦେଶ

ମହାରାଷ୍ଟ୍ରରେ ସରକାର ଗଠନର ୪୧ ଦିନ ପରେ ସମ୍ପ୍ରସାରଣ ହେଲା ମନ୍ତ୍ରିମଣ୍ଡଳ  । ବହୁ ମାନସ ମନ୍ଥନ ପରେ ଶପଥ ନେଲେ ଭାଜପାର ୯ ଓ  ସିନ୍ଦେ  ଗୋଷ୍ଠୀର ୯ ବିଧାୟକ । ୫୦-୫୦ ଫର୍ମୁଲାରେ ସମ୍ପ୍ରସାରଣ ହେଲା ମନ୍ତ୍ରିମଣ୍ଡଳ  । ଭାଜପାରୁ ଚନ୍ଦ୍ରକାନ୍ତ ପାଟିଲ, ସୁଧିର ମୁନଙ୍ଗତିବାର, ରାଧା କୃଷ୍ଣ ବିଖେ ପାଟିଲ, ଗିରିଶ ମହାଜନ, ସୁରେଶ ଖାଡେ, ରବିନ୍ଦ୍ର ଚହ୍ୱାଣ, ମଙ୍ଗଲ ପ୍ରଭାତ, ବିଜୟ କୁମାର ଗବିତ ଓ ଅତୁଲ ସାୱେ ଶପଥ ନେଇଛନ୍ତି ।

ଏଜେନ୍ସୀ : ମୁମ୍ବାଇ :

ସେହିପରି ଏକନାଥ ସିନ୍ଦେ ଗୋଷ୍ଠୀରୁ ଦାଦାଜୀ ଦଗଡୁ ଭୁସେ, ଉଦୟ ସାମନ୍ତ, ଗୁଲାବରାଓ ପାଟିଲ, ତାନାଜୀ ସାୱନ୍ତ, ସଞ୍ଜୟ ରାଠୋର ଓ ସନ୍ଦୀପ ଭୁମରେ, ଅବଦୁଲ ସତାର, ଦୀପକ କେସରକର୍‌ ଥ ଶମ୍ଭୁରାଜେ ଦେସାୟୀ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଉଲ୍ଲେଖଯୋଗ୍ୟ, ଶିବସେନାର ବିରୋଧୀ ନେତା ଏକନାଥ ସିନ୍ଦେ ଶିବସେନାର ଅନ୍ୟ ବିଧାୟକଙ୍କ ସହ ମିଶି ଉଦ୍ଧବ ସରକାରର ଭଙ୍ଗ କରିଥିଲେ । ଏହାପରେ ଜୁନ୍‌ ୩୦ରେ ଏକନାଥ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଭାଜପା ସହ ମିଶି ସେ ମହାରାଷ୍ଟ୍ରରେ ଗଠନ କରିଥିଲେ ସରକାର । ଭାଜପାର ଦେବେନ୍ଦ୍ର ଫଡନାବିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସେବେଠାରୁ ସିନ୍ଦେ ଓ ଫଡନାବିସ ମଧ୍ୟରେ ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ ବିସ୍ତାରକୁ ନେଇ ବହୁ କଳ୍ପନା ଜଳ୍ପନା ଚାଲିଥିଲା । ବାରମ୍ବାର ଦିଲ୍ଲୀ ଗସ୍ତ କରୁଥିଲେ ଏହି ଦୁଇ ନେତା । ସେପଟେ ବିରୋଧୀ ମଧ୍ୟ ସରକାର ଗଠନର ଏତେ ଦିନ ପରେ ବି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇନଥିବା ଯୋଗୁ ଟାର୍ଗେଟ୍‌ କରୁଥିଲେ । ମହାରାଷ୍ଟ୍ର ମନ୍ତ୍ରିମନ୍ଦଳରେ ପୂର୍ବରୁ ଭାଜପା ୬୦ ଓ ସିନ୍ଦେ  ଗୋଷ୍ଠୀକୁ ୪୦ ମିଳିବ ବୋଲି କୁହାଯାଉଥିଲା । କିନ୍ତୁ ଏବେ ୫୦-୫୦ ଫର୍ମୁଲାରେ ମହାରାଷ୍ଟ୍ରରେ କ୍ୟାବିନେଟ୍‌ ବିସ୍ତାର ହୋଇଛି । ମନ୍ତ୍ରିମନ୍ଦଳ ବିସ୍ତାର ପୂର୍ବରୁ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଗତକାଲି ସକାଳେ ଏକନାଥ ସିନ୍ଦେଙ୍କୁ ସାକ୍ଷାତ କରିଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ହୋଇଥିଲା । ଅନ୍ୟପକ୍ଷରେ ଉଦ୍ଧବ ଠାକ୍‌ରେଙ୍କ ଗୋଷ୍ଠୀ ପକ୍ଷରୁ ବିରୋଧୀ ଦଳ ନେତା ଭାବେ ଅମ୍ବାଦାସ୍‌ ଦନ୍‌ଭେଙ୍କ ନାମ ସୁପାରିସ କରାଯାଇଛି । ଏ ନେଇ ଠାକ୍‌ରେ ବିଧାନ ପରିଷଦ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ।

ସମ୍ବନ୍ଧୀୟ ଖବର