ବ୍ରେକିଙ୍ଗ ନିଉଯ

ଭାରତ ପାଇଁ ଟିଟିରେ ସ୍ୱର୍ଣ୍ଣ ଜିତିଲେ ଶରତ-ଶ୍ରୀଜା ଯୋଡ଼ି

2022-08-08 12:12:56 ଖେଳ

ଭାରତୀୟ ଟେବୁଲ ଟେନିସର କିମ୍ବଦନ୍ତୀ ଖେଳାଳି ଶରତ କମଲ ଓ ଯୁବ ତାରକା ତଥା ଡେବୁ୍ୟଟାଣ୍ଟ ଶ୍ରୀଜା ଅକୁଳା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଶରତ କମଲ ଓ ଶ୍ରୀଜା ଯୋଡ଼ି ମିକ୍ସଡ ଡବଲ୍ସ ଇଭେଣ୍ଟରେ ଦେଶ ପାଇଁ ଏହି ପଦକ ଜିତିଛନ୍ତି । ଫାଇନାଲ ମ୍ୟାଚ୍‌ରେ ଏମାନଙ୍କ ମୁକାବିଲା ମାଲେସିୟାର ଜେଭେନ ଚୋଙ୍ଗ ଓ କାରେନ ଲୟନେଙ୍କ ସହ ହୋଇଥିଲା ।

ଏଜେନ୍ସୀ : ବର୍ମିଂହମ୍‌ :

ଭାରତୀୟ ଟେବୁଲ ଟେନିସର କିମ୍ବଦନ୍ତୀ ଖେଳାଳି ଶରତ କମଲ ଓ ଯୁବ ତାରକା ତଥା ଡେବୁ୍ୟଟାଣ୍ଟ ଶ୍ରୀଜା ଅକୁଳା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଶରତ କମଲ ଓ ଶ୍ରୀଜା ଯୋଡ଼ି ମିକ୍ସଡ ଡବଲ୍ସ ଇଭେଣ୍ଟରେ ଦେଶ ପାଇଁ ଏହି ପଦକ ଜିତିଛନ୍ତି । ଫାଇନାଲ ମ୍ୟାଚ୍‌ରେ ଏମାନଙ୍କ ମୁକାବିଲା ମାଲେସିୟାର ଜେଭେନ ଚୋଙ୍ଗ ଓ କାରେନ ଲୟନେଙ୍କ ସହ ହୋଇଥିଲା । ମ୍ୟାଚ୍‌ର ଦ୍ୱିତୀୟ ସେଟକୁ ଛାଡ଼ି ଦେଲେ ଶରତ ଓ ଶ୍ରୀଜାଙ୍କ ଯୋଡ଼ି କମାଲ କରିଥିଲେ । ଏହି ଯୋଡ଼ି ଗୋଲ୍ଡ ମ୍ୟାଚ୍‌କୁ ୧୧-୪, ୯-୧୧, ୧୧-୫ ଓ ୧୧-୬ରେ ଜିତି ନେଇଛନ୍ତି । ଏହି ବିଜୟ ପାଇଁ ଭାରତର ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ଠାରୁ ଆରମ୍ଭ କରି ଅନ୍ୟମାନେ ଶରତ ଓ ଶ୍ରୀଜା ଯୋଡ଼ିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପକ୍ଷରେ ଶରତ କମଲ ଆଜି ପୁରୁଷ ଏକକ ଟିଟିର ଫାଇନାଲ ଖେଳିବେ । ସେ ଇଂଲଣ୍ଡର ପଲ ଡ୍ରିଙ୍କହଲଙ୍କୁ ୧୧-୮, ୧୧-୮, ୮-୧୧, ୧୧-୭, ୯-୧୧ ଓ ୧୧-୮ରେ ହରାଇ ସ୍ୱର୍ଣ୍ଣ ପଦକ ଲଢ଼େଇରେ ପ୍ରବେଶ କରିଛନ୍ତି । ୨୦୦୬ରେ ଶରତ କମଲ ଶେଷଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଥିଲେ । ଏବେ ତାଙ୍କ ପାଖରେ ଆଉ ଥରେ ସ୍ୱର୍ଣ୍ଣ ଜିତିବାର ସୁଯୋଗ ରହିଛି । ଏହାପୂର୍ବରୁ ପୁରୁଷ ଡବଲ୍ସ ଫାଇନାଲରେ ଶରତ ଓ ସାଥିୟାନ ଗଣଶେଖରନଙ୍କ ଯୋଡ଼ି ଇଂଲଣ୍ଡ ଠାରୁ ହାରି ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ । ୨୦୧୮ରେ ମଧ୍ୟ ଏହି ଯୋଡ଼ି ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ ।

ସମ୍ବନ୍ଧୀୟ ଖବର