ବ୍ରେକିଙ୍ଗ ନିଉଯ

ସିବିଆଇ କାର୍ୟ୍ୟାଳୟରେ ମହିମା ମିଶ୍ରଙ୍କୁ ଜେରା, ୪ ଗିରଫ

2022-08-05 16:37:44 ରାଜ୍ୟ

୨୫ ଲକ୍ଷ ଟଙ୍କା ଲାଞ୍ଚ ଦେବା ମାମଲାରେ  ଶିଳ୍ପପତି ମହିମା ମିଶ୍ର ଓ ପୁଅ ଚନ୍ଦନ ମିଶ୍ରଙ୍କୁ ଗତକାଲି ସିବିଆଇ ଘଣ୍ଟା ଘଣ୍ଟା କାଳ ଜେରା କରିଥିବା ବେଳେ ଆଜି ସିବିଆଇ କାର୍ୟ୍ୟାଳୟରେ ହାଜର ହୋଇଛନ୍ତି ମହିମା ମିଶ୍ର। ଭୁବନେଶ୍ୱରସ୍ଥିତ ସିବିଆାଇ ଅଫିସରେ ସେ ଆଜି ହାଜର ହୋଇଛନ୍ତି। ଏହାବାଦ ଏହି ଘଟଣାରେ ସିବିଆଇ ୪ ଜଣଙ୍କୁ ଗିରଫ କରିଛି।

ନିର୍ଭୟ ମିଡିଆ  : ଭୁବନେଶ୍ୱର  :

୨୫ ଲକ୍ଷ ଟଙ୍କା ଲାଞ୍ଚ ଦେବା ମାମଲାରେ  ଶିଳ୍ପପତି ମହିମା ମିଶ୍ର ଓ ପୁଅ ଚନ୍ଦନ ମିଶ୍ରଙ୍କୁ ଗତକାଲି ସିବିଆଇ ଘଣ୍ଟା ଘଣ୍ଟା କାଳ ଜେରା କରିଥିବା ବେଳେ ଆଜି ସିବିଆଇ କାର୍ୟ୍ୟାଳୟରେ ହାଜର ହୋଇଛନ୍ତି ମହିମା ମିଶ୍ର। ଭୁବନେଶ୍ୱରସ୍ଥିତ ସିବିଆାଇ ଅଫିସରେ ସେ ଆଜି ହାଜର ହୋଇଛନ୍ତି। ଏହାବାଦ ଏହି ଘଟଣାରେ ସିବିଆଇ ୪ ଜଣଙ୍କୁ ଗିରଫ କରିଛି। ଗିରଫ ୪ ଜଣ ହେଲେ ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ , ଠିକାଦାର ସୁମନ୍ତ ରାଉତ, କେସିଟି ଗ୍ରୁପ ପୋର୍ଟ ଅପରେସନ ମ୍ୟାନେଜର ଶଙ୍ଖଶୁଭ୍ର ମିତ୍ର ଓ ଓଏସଏଲ  ଅପରେସନ ଡିଜିଏମ୍ ସୂର୍ୟ୍ୟ ନାରାୟଣ ସାହୁ । ଗିରଫ ୪ ଜଣଙ୍କୁ ମେଡିକାଲ ଯାଞ୍ଚ ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି। ସିବିଆଇ କାର୍ୟ୍ୟାଳୟରେ ପହଞ୍ଚିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମହିମା ମିଶ୍ର କହିଛନ୍ତି, ସିବିଆଇ ମୋତେ ନୋଟିସ କରିଥିଲା, ତେଣୁ ଆସିଛି। ତେବେ କାହିଁକି ଡାକିଛି ମୁଁ ଜାଣିନି। ଆଇନ ଉପରେ ଶତ ପ୍ରତିଶତ ଭରସା ଅଛି ବୋଲି ମଧ୍ୟ କହିଛନ୍ତି ମହିମା ମିଶ୍ର। ମହିମା ମିଶ୍ରଙ୍କୁ ଆଜି ସିବିଆଇ କାର୍ୟ୍ୟାଳୟରେ ପଚରାଉଚରା କରାଯାଉଥିବା ବେଳେ ତାଙ୍କ ପୁଅ ଚନ୍ଦନ ମିଶ୍ର ମଧ୍ୟ ସକାଳେ ଏହି କାର୍ୟ୍ୟାଳୟରେ ପହଞ୍ଚିଥିଲେ ବୋଲି ସୂଚନା ମିଳୁଛି। ଏହାପରେ ତାଙ୍କୁ ସିବିଆଇର ଏକ ଟିମ୍ ବାହାରକୁ ନେଇ କୌଣସି ଘଟଣାର ଖୋଳତାଡ଼ କରାଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ଖବର