ବ୍ରେକିଙ୍ଗ ନିଉଯ

ଗୋଟିଏ ସ୍କୁଲରେ ୪୧ ଛାତ୍ରୀ କରୋନା ପଜିଟିଭ

2022-08-05 16:22:13 ରାଜ୍ୟ

ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକକୁ ଫେରିଛି ମହାମାରୀ କରୋନା।ଏଥର ଏହି କରୋନା ବିଭୀଷିକାର ଶିକାର ହେଇଛନ୍ତି ଅନୁସୂଚିତ ଜନଜାତି/ଜାତି ବିଭାଗ ପରିଚାଳିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଛାତ୍ରୀମାନେ। 

ନିର୍ଭୟ ମିଡିଆ  : ରାୟଗଡା :

ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକକୁ ଫେରିଛି ମହାମାରୀ କରୋନା। ଏଥର ଏହି କରୋନା ବିଭୀଷିକାର ଶିକାର ହେଇଛନ୍ତି ଅନୁସୂଚିତ ଜନଜାତି/ଜାତି ବିଭାଗ ପରିଚାଳିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଛାତ୍ରୀମାନେ। ଏହି ବାଳିକା ବିଦ୍ୟାଳୟରେ ହଷ୍ଟେଲରେ ରହୁଥିବା କିଛି ଛାତ୍ରୀଙ୍କୁ ଜ୍ୱର ଓ ଦେହ ଖରାପ ହେବାରୁ ସେମାନଙ୍କ ପରୀକ୍ଷା ପରେ ଜଣା ପଡିଥିଲାଯେ ସେମାନେ ଭୟଙ୍କର କରୋନାରେ ଆକ୍ରାନ୍ତ। ଏବେସୁଧା ୪୧ଜଣ ଛାତ୍ରୀ ମଧ୍ୟରୁ ପ୍ରଥମ ଦଫା ଗତ ୩-୮-୨୨ର ସ୍ୱାସ୍ଥ୍ୟ ପରୀକ୍ଷାରେ ୧୨ଜଣ ଛାତ୍ରୀ  ପଜିଟିଭ  ଚିହ୍ନଟ ହେବାନେଇ ବିଦ୍ୟାଳୟରେ ହଇଚଇ ସୃଷ୍ଟି ହୋଇଯାଇଥିଲା । ଗତକାଲି ଆଉ କିଛି ଛାତ୍ରୀମାନଙ୍କ ପରୀକ୍ଷା ପରେ ୨୯ଜଣ କରୋନା ଆକ୍ରାନ୍ତ ଜଣାପଡିଥଲା । ସମସ୍ତ ୪୧ଜଣ ଛାତ୍ରୀ ଙ୍କୁ ଆଇସୋଲେସନ ରେ ରଖାଯାଇଥିବା ବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିରଥିବା ଜଣାଯାଏ। ଆଜି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ ହଷ୍ଟେଲରେ ଥିବା ଅନ୍ୟ ସମସ୍ତ ଛାତ୍ରୀଙ୍କ କରୋନା ଟେଷ୍ଟ କରାଯିବାର ଅଛି। ସୂଚନା ଅନୁଯାୟୀ ଗତ ୩/୮ତାରିଖରେ ୧୨ଛାତ୍ରୀଙ୍କ କରୋନା  ପଜିଟିଭ  ଜଣାପଡିବା ପରେ ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ସହକାରୀ ଶିକ୍ଷୟତ୍ରୀ ଜୟନ୍ତୀ ଶବରଙ୍କୁ ଚାର୍ଜ ଦେଇ ଛୁଟିରେ ଚାଲି ଯାଇଥିଲେ। ଏବେ ହଷ୍ଟେଲରେ ୩୦୦ ଛାତ୍ରୀ ଥିବା ଜଣାଯାଏ। କଲ୍ୟାଣ ବିଭାଗ ତରଫରୁ ଆବଶ୍ୟକ ଚିକିତ୍ସା ଓ ପିଲାମାନଙ୍କ ଯତ୍ନ ଯୋଗାଇ ଦେବାକୁ ଅବିଭାବକମାନେ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ଖବର