ବ୍ରେକିଙ୍ଗ ନିଉଯ

ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବଦଳିଲେ ୫ ପୁଲିସ କର୍ମଚାରୀ

2022-08-05 12:40:22 ଦେଶ

ମହଙ୍ଗା ପଡ଼ିଲା ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ । ବ୍ୟୁଟି  ପିଜାଣ୍ଟରେ ଭାଗ ନେଇଥିବା ୫ ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଶୁକ୍ରବାର ତାମିଲନାଡ଼ୁର ଜଣେ ଏସଆଇ ସମେତ ୫ ଜଣଙ୍କୁ ବଦଳି କରାଯାଇଛି । 

ଏଜେନ୍ସୀୂ : ଚେନ୍ନାଇ

ମହଙ୍ଗା ପଡ଼ିଲା ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ । ବ୍ୟୁଟି  ପିଜାଣ୍ଟରେ ଭାଗ ନେଇଥିବା ୫ ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଶୁକ୍ରବାର ତାମିଲନାଡ଼ୁର ଜଣେ ଏସଆଇ ସମେତ ୫ ଜଣଙ୍କୁ ବଦଳି କରାଯାଇଛି । ତାମିଲନାଡ଼ୁର ନାଗାପାଟିନାମ ଏସପି ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ପୁଲିସ କର୍ମଚାରୀମାନେ ବ୍ୟୁଟି  ପିଜାଣ୍ଟ ସୋ’ରେ ରାମ୍ପ ୱାକ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଗତ ରବିବାର ମାୟୁଲାଦୁଥାରି ଜିଲ୍ଲାର  ସେମବାନରକୋଭଲିରେ ଏକ ଘରୋଇ ସଙ୍ଗଠନ ପକ୍ଷରୁ ବ୍ୟୁଟି ପିଜାଣ୍ଟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।  ଏହି କାର୍ଯ୍ୟକ୍ରମକୁ ସାଉଥ ଅଭିନେତ୍ରୀ  ୟାସିକା ଆନନ୍ଦ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ ହେବା ସହ ଉଦଘାଟନ କରିଥିଲେ । ସେ ମଧ୍ୟ ରାମ୍ପ ସୋରେ ଚାଲିଥିଲେ । ତେବେ କାର୍ଯ୍ୟକ୍ରମର ପରଦିନ ଏହି ଘଟଣା  ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏହା ପରେ ନାଗାପାଟିନାମ ଏସପି ଏକ ନିର୍ଦ୍ଦେଶନାମା ଜାରି କରି ୫ ଜଣଙ୍କୁ ବଦଳି କରିଥିଲେ । ଏହି ପୁଲିସ କର୍ମଚାରୀମାନେ ହେଲେ ରେଣୁକା, ଅଶ୍ୱିନୀ, ନିଥ୍ୟାଶିଲା ଏବଂ ଶିଭ୍ନେସାନ । ଏହି ୫ ଜଣଙ୍କ ମଧ୍ୟରେ ଏସଆଇ ସୁବ୍ରମନ୍ୟନ ମଧ୍ୟ ଅଛନ୍ତି ।  ଏହି ଏସଆଇ ଜଣକ ସେମବାନର କୋଭଲି ପୁଲିସ ଷ୍ଟେସନରେ କାର୍ଯ୍ୟରତ ଅଛନ୍ତି ।

ସମ୍ବନ୍ଧୀୟ ଖବର