ବ୍ରେକିଙ୍ଗ ନିଉଯ

ଆଜି ଇଡିରେ ହାଜର ହେବେ ସଞ୍ଜୟଙ୍କ ପତ୍ନୀ

2022-08-05 12:35:23 ଦେଶ

ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଇଡିର ହେପାଜତ ଅବଧିକୁ ବୃଦ୍ଧି କରିଛନ୍ତି କୋର୍ଟ। ମୁମ୍ବାଇର ଏକ ସ୍ପେସିଆଲ କୋର୍ଟ ସଞ୍ଜୟ ରାୱତଙ୍କ ଇଡି ହେପାଜତ ଅବଧିକୁ ଅଗଷ୍ଟ ୮ ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି। ଗୁରୁବାର ତାଙ୍କର ଅବଧି ଶେଷ ହେଉଥିବା ବେଳେ ଏହାକୁ ବୃଦ୍ଧି ପାଇଁ ଇଡି ପକ୍ଷରୁ ଆବେଦନ କରାଯାଇଥିଲା। ଏହାରି ମଧ୍ୟରେ ଇଡି ପକ୍ଷରୁ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କୁ ସମନ କରାଯାଇଛି। ତଦନ୍ତକାରୀ ସଂସ୍ଥା ଇଡି ସମ୍ମୁଖରେ ଆଜି ବର୍ଷା ହାଜର ହେବେ।

ଏଜେନ୍ସୀ : ମୁମ୍ବାଇ :

ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଇଡିର ହେପାଜତ ଅବଧିକୁ ବୃଦ୍ଧି କରିଛନ୍ତି କୋର୍ଟ। ମୁମ୍ବାଇର ଏକ ସ୍ପେସିଆଲ କୋର୍ଟ ସଞ୍ଜୟ ରାୱତଙ୍କ ଇଡି ହେପାଜତ ଅବଧିକୁ ଅଗଷ୍ଟ ୮ ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି। ଗୁରୁବାର ତାଙ୍କର ଅବଧି ଶେଷ ହେଉଥିବା ବେଳେ ଏହାକୁ ବୃଦ୍ଧି ପାଇଁ ଇଡି ପକ୍ଷରୁ ଆବେଦନ କରାଯାଇଥିଲା। ଏହାରି ମଧ୍ୟରେ ଇଡି ପକ୍ଷରୁ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କୁ ସମନ କରାଯାଇଛି। ତଦନ୍ତକାରୀ ସଂସ୍ଥା ଇଡି ସମ୍ମୁଖରେ ଆଜି ବର୍ଷା ହାଜର ହେବେ। ତାଙ୍କୁ ମଧ୍ୟ ସ୍ୱାମୀ ସହ ଜଡ଼ିତ ଥିବା  ଅର୍ଥ ହେରଫେର ମାମଲାରେ ଜେରା କରାଯିବ। ଚଳିତ ବର୍ଷ ଜାନୁଆରୀରେ ପିଏମସି ବ୍ୟାଙ୍କ ସ୍କାମରେ ଇଡି ପକ୍ଷରୁ ତାଙ୍କୁ ଜେରା କରାଯାଇଥିଲା।ମାଧୁରୀ ପ୍ରବିଣ ରାଉତ ନାମ୍ନୀ ଜଣେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ବର୍ଷାଙ୍କ ଆକାଉଣ୍ଟକୁ  ୫୫ ଲକ୍ଷ ଟଙ୍କା ଟ୍ରାନ୍ସଫର ହେବା ଘଟଣାରେ ତାଙ୍କୁ ଜେରା କରାଯାଇଥିଲା। ତେବେ ପାତ୍ରା ଚାଲ୍ ଜମି ଦୁର୍ନୀତି ମାମଲାରେ ପୂର୍ବରୁ ସଞ୍ଜୟ ରାଉତଙ୍କଚ ଗିରଫ କରାଯାଇଥିଲା ବେଳେ ତାଙ୍କ ପତ୍ନୀଙ୍କୁ ମଧ୍ୟ ସମନ କରାଯାଇଥିଲା।

ଗତ ଜୁଲାଇ ୩୧ତାରିଖ ଦିନ ସକାଳେ ପ୍ରବର୍ତ୍ତନ ନିର୍ଦେଶାଳୟ ସଞ୍ଜୟ ରାଉତଙ୍କ ଘରେ ଚଢ଼ାଉ କରି ଦୀର୍ଘ ସମୟ ଧରି ତଲାସ କରିଥିଲା। ତଲାସ ସମୟରେ ତାଙ୍କ ଘରୁ ତଦନ୍ତକାରୀ ଅଧିକାରୀମାନେ ନଗଦ ୧୧.୫୦ ଲକ୍ଷ ଟଙ୍କା ଜବତ କରିଥିଲେ। ଏହା ପରେ ସନ୍ଧ୍ୟା ୭ଟା ବେଳକୁ ରାଉତଙ୍କୁ ଜେରା କରାଯାଇଥିଲା। ଦୀର୍ଘ ସମୟ ଜେରା କରିବା ପରେ ଜୁଲାଇ ୩୧ତାରିଖ ରାତିରେ ‘ଶିବସେନା’ ସାଂସଦ ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଥିଲା।

ସମ୍ବନ୍ଧୀୟ ଖବର