ବ୍ରେକିଙ୍ଗ ନିଉଯ

ମାର୍କେଟ ବିଲ୍ଡିଂ ନିକଟରେ ଅଟୋକୁ ଧକ୍କା ଦେଲା ବାଇକ୍‌

2022-08-05 12:19:12 ରାଜ୍ୟ

ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ନିକଟରେ ଏକ ବାଇକ୍‌ ଅଟୋକୁ ପଛରୁ ଧକ୍କା ଦେବା ଫଳରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ  ଘଟିଥିଲା ବେଳେ ଜଣେ ଗୁରୁତର ହୋଇଛନ୍ତି । ଆହତଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି ।

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର :

ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ନିକଟରେ ଏକ ବାଇକ୍‌ ଅଟୋକୁ ପଛରୁ ଧକ୍କା ଦେବା ଫଳରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ  ଘଟିଥିଲା ବେଳେ ଜଣେ ଗୁରୁତର ହୋଇଛନ୍ତି । ଆହତଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଦୁଇଜଣ ଯୁବକଙ୍କ ପରିଚୟ ମିଳିନାହିଁ । ସେମାନେ ସ୍ଥାନୀୟ ୧ ନମ୍ବର ହାଟରେ ଦୋକାନ କରିଥିବା ସୂଚନା ମିଳିଛି  । ଗତକାଲି ମାର୍କେଟ ବିଲ୍ଡିଂ ନିକଟରେ ଏକ ଅଟୋ ଯାଉଥିବା ବେଳେ ପଛରୁ ଏକ ବାଇକ୍‌ଆସି ଅଟୋକୁ ଧକ୍କା ଦେଇଥିଲା । ପରେ ବାଇକ୍‌ରେ ଥିବା ଦୁଇ ଜଣ ଯୁବକ ରାସ୍ତା ଉପରେ ଛିଟକି ପଡ଼ିଥିଲେ ।  ଦୁଇ ଜଣଙ୍କର ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଥିଲା । ପୁଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ  ମୃତ୍ୟୁ ଘଟିଥିଲା । ହେଲେ ଅଟୋରେ ଥିବା ଯାତ୍ରୀଙ୍କର କିଛି କ୍ଷୟକ୍ଷତି ନ ହୋଇଥିବା ଜଣାଯାଇଛି । ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି । 

ସମ୍ବନ୍ଧୀୟ ଖବର