କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ବିଜୁ ଏକ୍ସପ୍ରେସ ୱେର ପିପଲା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଭ୍ୟାନ ଓଲଟି ୪୦ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ ହୋଇଛନ୍ତି ।
ନିର୍ଭୟ ମିଡ଼ିଆ : ଧର୍ମଗଡ଼ :
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ବିଜୁ ଏକ୍ସପ୍ରେସ ୱେର ପିପଲା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଭ୍ୟାନ ଓଲଟି ୪୦ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ଧର୍ମଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଶ୍ରମିକ ଥିବା ଜଣାଯାଇଛି ।ଆଜି ସକାଳେ ବେହେରା ଅଞ୍ଚଳର ପଳସପାଣି ଗାଁରୁ ପ୍ରାୟ ୪୦ ଜଣ ଶ୍ରମିକ ଧାନ ରୋଇବାକୁ ଧର୍ମଗଡ଼ ଆସୁଥିଲେ । ଏହି ସମୟରେ ବିଜୁ ଏକ୍ସପ୍ରେସ ୱେର ପିପଲା ନିକଟରେ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ଦୁଘର୍ଟଣାରେ ୪୦ ଜଣ ଶ୍ରମିକ ଆହତ ହୋଇଥିଲେ । ପୁଲିସ ଓ ସ୍ଥାନୀୟ ଲୋକ ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଦୁର୍ଘଟଣା ପରେ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଥିଲା । ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।