ବ୍ରେକିଙ୍ଗ ନିଉଯ

ସାତକୋଶିଆ ଗଣ୍ଡକୁ ମିଳିଲା ‘ରାମସର’ ସାଇଟ୍‌ ମାନ୍ୟତା

2022-08-05 12:08:38 ରାଜ୍ୟ

 ସାତକୋଶିଆ ଗଣ୍ଡକୁ ମିଳିଲା ‘ରାମସର’ ସାଇଟ୍‌ ମାନ୍ୟତା । ବିଶ୍ୱର  ଆଦ୍ରଭୂମିକୁ ସୁରକ୍ଷିତ ରଖିବା ହେଉଛି  ‘ରାମସର’ ସାଇଟ୍‌ ଘୋଷଣାର ଉଦ୍ଦେଶ୍ୟ । 

ନିର୍ଭୟ ମିଡ଼ିଆ : ଅନୁଗୋଳ :

 ସାତକୋଶିଆ ଗଣ୍ଡକୁ ମିଳିଲା ‘ରାମସର’ ସାଇଟ୍‌ ମାନ୍ୟତା । ବିଶ୍ୱର  ଆଦ୍ରଭୂମିକୁ ସୁରକ୍ଷିତ ରଖିବା ହେଉଛି  ‘ରାମସର’ ସାଇଟ୍‌ ଘୋଷଣାର ଉଦ୍ଦେଶ୍ୟ । ଆନ୍ତର୍ଜାତୀୟ ସ୍ତରରେ ଏହା ଏକ ବଡ଼ ପଦକ୍ଷେପ ହୋଇଥିବାବେଳେ ଆଦ୍ରଭୂମିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ୟୁନେସ୍କୋ ଏହି ମାନ୍ୟତା ପ୍ରଦାନ କରିଥାଏ । ‘ରାମସର’ ଘୋଷଣା ପରେ ଉକ୍ତ ସ୍ଥାନର ସୁରକ୍ଷା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଥାଏ  । ସାତକୋଶିଆ ଗଣ୍ଡକୁ ‘ରାମସର’ ସାଇଟ୍‌ ମାନ୍ୟତା ମିଳିବା ପରେ ଏହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉତ୍ସାହ । କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏପରି ଘୋଷଣା କରାଯିବା ପରେ ଏହାକୁ ନେଇ ଜିଲ୍ଲାବାସୀ ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି । ଚଳିତ ବର୍ଷ ଦେଶର ମୋଟ୍‌ ୧୦ଟି ଆଦ୍ର ଭୂମିକୁ ଏହି ମାନ୍ୟତା ଦିଆଯାଇଥିବା ବେଳେ ଓଡ଼ିଶାର ସାତକୋଶିଆ ଗଣ୍ଡ ଏହି ତାଲିକାରେ ସାମିଲ ହୋଇଛି  । ଏଯାବତ ସମଗ୍ର ଭାରତରେ ୬୪ଟି ଅଞ୍ଚଳ ‘ରାମସର’  ସାଇଟ ମାନ୍ୟତା ପାଇସାରିଛି । ପୂର୍ବରୁ ଓଡ଼ିଶାର ଚିଲିକା ଏବଂ ଭିତରକନିକା ଅଞ୍ଚଳକୁ ଏହି ମାନ୍ୟତା ମିଳିଥିଲା । ତୃତୀୟ ସ୍ଥାନ ଭାବେ ସାତକୋଶିଆକୁ  ମିଳିଛି ‘ରାମସର’  ସାଇଟ୍‌ର ମାନ୍ୟତା । ସାତକୋଶିଆକୁ  ‘ରାମସର’  ସାଇଟ୍‌ ମାନ୍ୟତା ମିଳିବା ପରେ  ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଖୁସିବ୍ୟକ୍ତ କରିଛନ୍ତି । ଏଥିସହ ଗନ୍ଦର କିଭଳି ସୂଚାରୁ ରୂପେ ପରିଚାଳନା ସହ ସଂରକ୍ଷଣ କରାଯିବ ସେ ନେଇ କାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଛନ୍ତି  ।

ସମ୍ବନ୍ଧୀୟ ଖବର