ଆମେରିକା କଂଗ୍ରେସ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ୍ ଗସ୍ତକୁ ନେଇ ରକ୍ତଚାଉଳ ଚୋବାଉଛି ବେଜି । ଯେଉଁମାନେ ଚାଇନାକୁ ଅପମାନିତ କରିଛନ୍ତି ସେମାନଙ୍କୁ ଦଣ୍ଡ ଦିଆଯିବ ବୋଲି ଚାଇନା ବୈଦେଶିକ ମନ୍ତ୍ରୀଙ୍କ ଘୋଷଣା ପରେ ଅଧିକ ଘନେଇଛି ଯୁଦ୍ଧ ସ୍ଥିତି ।
ଏଜେନ୍ସୀ : ନୂଆଦିଲ୍ଲୀ :
ଆମେରିକା କଂଗ୍ରେସ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ୍ ଗସ୍ତକୁ ନେଇ ରକ୍ତଚାଉଳ ଚୋବାଉଛି ବେଜି । ଯେଉଁମାନେ ଚାଇନାକୁ ଅପମାନିତ କରିଛନ୍ତି ସେମାନଙ୍କୁ ଦଣ୍ଡ ଦିଆଯିବ ବୋଲି ଚାଇନା ବୈଦେଶିକ ମନ୍ତ୍ରୀଙ୍କ ଘୋଷଣା ପରେ ଅଧିକ ଘନେଇଛି ଯୁଦ୍ଧ ସ୍ଥିତି । ନୌସେନା ଜାହାଜରୁ ସମୁଦ୍ର ଭିତରକୁ ଘନ ଘନ କ୍ଷେପଣାସ୍ତ୍ର ବି ମାଡ କରୁଛି ଡ୍ରାଗନ୍ ସେନା । ଅଦ୍ୟାବଧି ତାଇୱାନ୍ ଚାରିପାଖେ ୬ଟି ସ୍ଥାନରେ ଚାଲିଛି ଚୀନର ସମରାଭ୍ୟାସ । ଅନ୍ୟପଟେ ୭ ଶିଳ୍ପ ସମୃଦ୍ଧ ଦେଶଙ୍କୁ ନେଇ ଗଠିତ ଜି-୭, ଚୀନ୍ର ଏଭଳି ସମରାଭ୍ୟାସକୁ ନାପସନ୍ଦ କରିଛି । ଆମେରିକା କଂଗ୍ରେସ ବାଚସ୍ପତି ନାନ୍ସି ପେଲୋସିଙ୍କ ଗସ୍ତକୁ ବିରୋଧ ଆଳରେ ଏଭଳି ସାମରିକ କାର୍ଯ୍ୟକଳାପ ଗ୍ରହଣୀୟ ନୁହେଁ ବୋଲି କୁହାଯାଇଛି । ତେବେ ସମରାଭ୍ୟାସ ଯଥାର୍ଥ ଓ ଏହାର ଆବଶ୍ୟକତା ରହିଥିବା କହିଛି ବେଜିଂ । ତା ସହ ଉତ୍ତେଜନା ସୃଷ୍ଟି ପଛରେ ଆମେରିକାକୁ ଦାୟୀ କରିଛି । ଏମିତିକି ଯେଉଁମାନେ ଚାଇନାକୁ ଅପମାନିତ କରିଛନ୍ତି ସେମାନଙ୍କୁ ଦନ୍ଦ ଦିଆଯିବ ବୋଲି ଘୋଷଣା କରିଛନ୍ତି ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱି । ସେପଟେ ଚାଇନାର ସମରାଭ୍ୟାସ ଉପରେ ତୀକ୍ଷ୍ନ ନଜର ରଖାଯାଇଥିବା କହିଛି ତାଇୱାନ୍ ପ୍ରତିରକ୍ଷା ବିଭାଗ । ତାଇୱାନ୍ର ପୂର୍ବ ଫିଲିପାଇନସ ସାଗରରେ ମୁତୟନ ହୋଇଛି ଆମେରିକା ନୌସେନାର ବିଶାଳକାୟ ଏୟାରକ୍ରାଫ୍ଟ କ୍ୟାରିୟର ଜାହାଜ ୟୁଏସଏସ୍ ରୋନାଲ୍ଡ ରେଗାନ । ଚାଇନା ସେନା କ୍ଷେପଣାସ୍ତ୍ର ମାଡ଼ କରୁଥିବାରୁ ବହୁ ଦେଶ ତାଇୱାନ୍ ବାୟୁସୀମା ଦେଇ ବିମାନ ଚଳାଚଳ ବନ୍ଦ ରଖିଛନ୍ତି ।