ବ୍ରେକିଙ୍ଗ ନିଉଯ

କ୍ରୀଡ଼ା ଶିକ୍ଷକଙ୍କ ଘରେ ପଶିଲା ଭିଜିଲାନ୍ସ

2022-08-05 12:03:06 ରାଜ୍ୟ

କ୍ରୀଡ଼ା ଶିକ୍ଷକଙ୍କର ରହିଛି ଅମାପ ସମ୍ପତ୍ତି  । ମଦ ଭାଟିଠୁ ଆରମ୍ଭ କରି ପେଟ୍ରୋଲ ପମ୍ପ ଓ ଗ୍ୟାସ୍‌ ଗୋଦାମ ବି ରହିଛି । ଏହାବାଦ ବହୁତଳ ବିଶିଷ୍ଟ କୋଠା ବି ରହିଛି । ଏପରି ଜଣେ କୁବେର ଶିକ୍ଷକଙ୍କ ଘରେ ଆଜି ସକାଳୁ ପଶିଛି ଭିଜିଲାନ୍ସ ଟିମ୍‌ ।  ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜୟନ୍ତୀପୁର ହାଇସ୍କୁଲ ପିଇଟି ଶିକ୍ଷକ ଜନାର୍ଦ୍ଦନ ସାହୁଙ୍କ ଘରେ ଆଜି ସକାଳୁ ହୋଇଛି ରେଡ୍‌  । 

ନିର୍ଭୟ ମିଡ଼ିଆ : ବ୍ରହ୍ମପୁର :

କ୍ରୀଡ଼ା ଶିକ୍ଷକଙ୍କର ରହିଛି ଅମାପ ସମ୍ପତ୍ତି  । ମଦ ଭାଟିଠୁ ଆରମ୍ଭ କରି ପେଟ୍ରୋଲ ପମ୍ପ ଓ ଗ୍ୟାସ୍‌ ଗୋଦାମ ବି ରହିଛି । ଏହାବାଦ ବହୁତଳ ବିଶିଷ୍ଟ କୋଠା ବି ରହିଛି । ଏପରି ଜଣେ କୁବେର ଶିକ୍ଷକଙ୍କ ଘରେ ଆଜି ସକାଳୁ ପଶିଛି ଭିଜିଲାନ୍ସ ଟିମ୍‌ ।  ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜୟନ୍ତୀପୁର ହାଇସ୍କୁଲ ପିଇଟି ଶିକ୍ଷକ ଜନାର୍ଦ୍ଦନ ସାହୁଙ୍କ ଘରେ ଆଜି ସକାଳୁ ହୋଇଛି ରେଡ୍‌  । ଜନାର୍ଦ୍ଦନଙ୍କ ନିଜ ଘର, ପୈତୃକ ଘର , ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସମେତ ସମୁଦାୟ ୧୧ଟି ସ୍ଥାନରେ ଆଜି ସକାଳୁ ସକାଳୁ ଚାଲିଛି ରେଡ । ଏହି ଚଢାଉ ଆରମ୍ଭ କରୁ କରୁ ମାତ୍ର କିଛି ଘଣ୍ଟା ମଧ୍ୟ ଭିଜିଲାନ୍ସ ଅଧିକାରୀ ଆଖି ଖୋସିହେଲା ପରି ସମ୍ପତ୍ତି ଠାବ କରିସାରିଲେଣି । ଜନାର୍ଦ୍ଦନଙ୍କର ବ୍ରହ୍ମପୁର ଅନନ୍ତନଗର ଲେନ୍‌ ନଂ ୧ରେ ଏକ ୩ ମହଲା ବିଶିଷ୍ଟ କୋଠା ଥିବା ବେଳେ ତାହାର ମୂଲ୍ୟ ୨କୋଟିରୁ ଊର୍ଦ୍ଧ୍ୱ  ହେବ  । ଏହି ଘରେ ଚଢ଼ାଉ ବେଳେ ପୁଳା ପୁଳା ନଗଦ ଟଙ୍କା, ସୁନାଗହଣା ଆଦି ଜବତ ହୋଇଛି । ଏହାବାଦ ୧୦ରୁ ଊର୍ଦ୍ଧ୍ୱ ପ୍ଲଟର କାଗଜ ପତ୍ର ମିଳିଥିବା ବେଳେ ବହୁ ଇନସୁରାନ୍ସ   କାଗଜ ମଧ୍ୟ ଜବତ ହୋଇଥିବା ଜଣାଯାଇଛି । ଅନନ୍ତନଗର ଲେନ୍‌ ନଂ-୩ରେ  ଜନାର୍ଦ୍ଦନଙ୍କର ଏକ ଘର ଥିବା ବେଳେ ସେଠାରେ ଭଡ଼ାରେ ହଷ୍ଟେଲ ଚାଲୁଛି । ଜୟନ୍ତପୁରରେ ପୈତୃକ ଘର, ଅଫିସ, ପେଟ୍ରୋଲ ପମ୍ପ, ମଦ ଭାଟି, ଗ୍ୟାସ ଗୋଦାମ   ରହିଛି । ଏହି ସବୁ ସ୍ଥାନରେ ବି ରେଡ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ଜଣେ ସରକାରୀ ଶିକ୍ଷକ କିପରି ଏତେ ପରିମାଣର ସମ୍ପତ୍ତି ଠାବ କରିପାରିଲେ ତାହା ଦେଖି ସମସ୍ତେ ତାଜୁବ ହୋଇଯାଇଛନ୍ତି ।

ସମ୍ବନ୍ଧୀୟ ଖବର