ବର୍ମିଂହମରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଉ ଏକ ସ୍ୱର୍ଣ୍ଣପଦକ ହାସଲ କରିଛି ଭାରତ । ଭାରୋତ୍ତଳନରେ ମିଳିଛି ଭାରତକୁ ଏହି ସଫଳତା । ଭାରୋତ୍ତଳନର ୭୩ କିଲୋଗ୍ରାମ ବର୍ଗରେ ଅଚିନ୍ତା ଶୁଳି ଏହି ଗୋଲ୍ଡ ମେଡାଲ ହାସଲ କରିଛନ୍ତି ।
ଏଜେନ୍ସୀ : ବର୍ମିଂହମ୍ :
ବର୍ମିଂହମରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଉ ଏକ ସ୍ୱର୍ଣ୍ଣପଦକ ହାସଲ କରିଛି ଭାରତ । ଭାରୋତ୍ତଳନରେ ମିଳିଛି ଭାରତକୁ ଏହି ସଫଳତା । ଭାରୋତ୍ତଳନର ୭୩ କିଲୋଗ୍ରାମ ବର୍ଗରେ ଅଚିନ୍ତା ଶୁଳି ଏହି ଗୋଲ୍ଡ ମେଡାଲ ହାସଲ କରିଛନ୍ତି । ଏହା ସହ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରୋତ୍ତଳନରେ ସବୁଠାରୁ ଅଧିକ ପଦକ ହାସଲ କରିଥିବା ଦେଶ ମଧ୍ୟରେ ସାମିଲ ହୋଇପାରିଛି ଭାରତ । ଅଚିନ୍ତା ସ୍ନାଚରେ ୧୪୩ କେଜି ଓଜନ ଉଠାଇ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରେକର୍ଡ କରିଛନ୍ତି । ସେ କ୍ଲିନ୍ ଏନ୍ଦ୍ ଜର୍କର ପ୍ରଥମ ଉଦ୍ୟମରେ ୧୬୬ କେଜି ଓଜନ ଉଠାଇଥିଲେ । ଦ୍ୱିତୀୟ ପ୍ରୟାସରେ ଫେଲ୍ ମାରିଥିଲେ ମଧ୍ୟ ତୃତୀୟ ପ୍ରୟାସରେ ୧୭୦ କେଜି ଉଠାଇବାରେ ସକ୍ଷମ ହୋଇଥିଲେ । ଫଳରେ ମୋଟ ୩୧୩ କେଜି ଓଜନ ଉଠାଇ ଏହି ମେଡାଲ ହାସଲ କରିବାରେ ସଫଳ ହୋଇଛନ୍ତି ଅଚିନ୍ତା ଶୁଳି । ରୌପ୍ୟ ପଦକ ପାଇଥିବା ପ୍ରତିଯୋଗୀଙ୍କଠାରୁ ୧୦ କେଜି ଅଧିକ ଓଜନ ଉଠାଇଛନ୍ତି ଅଚିନ୍ତା ଶୂଳି । ମାଲେସିଆର ଏରି ହିଦାୟତ ରୌପ୍ୟ ପଦକ ହାସଲ କରିଥିଲେ । ୨୦୨୧ ରାଜ୍ୟଗୋଷ୍ଠୀ ଚାମ୍ପିଅନସିପ୍ରେ ଅଚିନ୍ତା ଗୋଲ୍ଡ ମେଡାଲ ଜିତିଥିଲେ । ସେହି ବର୍ଷ ଜୁନିୟର ୱାର୍ଲଡ ଚାମ୍ପିଅନସିପ୍ରେ ସେ ରୌପ୍ୟ ପଦକ ହାସଲ କରିଥିଲେ । ଅଚିନ୍ତାଙ୍କ ଗୋଲ୍ଡ ମେଡାଲ ସହ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାତର ଅଦ୍ୟାବଧୀ ୬ଟି ପଦକ ହାସଲ କରିସାରିଲାଣି । ଏହି ସମସ୍ତ ମେଡାଲ ଭାରୋତ୍ତଳନରେ ହିଁ ମିଳିଛି । ଅଚିନ୍ତା ଶୂଳିଙ୍କ ପୂର୍ବରୁ ମୀରାବାଇ ଚାନୁ ଏବଂ ଜେରେମି ଲାଲରିନୁଗା ଭାରୋତ୍ତଳନରେ ଦେଶ ପାଇ ସ୍ୱର୍ଣ୍ଣ ଜିତିଛନ୍ତି । ସଂକେତ ମହାଦେବ ସରଗର ଏବଂ ବିନ୍ଦିଆଦେବୀ ରାଣୀ ରୌପ୍ୟ ପଦକ ଜିତିଛନ୍ତି । ଗୁରୁରାଜ ପୂଜାରୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଭାରତକୁ ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୩ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ମିଳିଛି ।