ବ୍ରେକିଙ୍ଗ ନିଉଯ

ରାକେଶ ଓ ଶମିତାଙ୍କ ବ୍ରେକ୍‌ଅପ୍‌

2022-07-27 13:50:57 ମନୋରଞ୍ଜନ

ଭାଙ୍ଗିଲା ଆଉ ଏକ ଯୋଡି । ଅଲଗା ହେଲେ ଆଉ ଏକ ଷ୍ଠାର୍‌ କପଲ । ବଲିଉଡ ଅଭିନେତ୍ରୀ ତଥା ଶିଳ୍ପା ଶେଟ୍ଟୀଙ୍କ ଭଉଣୀ ଶମିତା ଶେଟ୍ଟୀ ଓ ଟେଲିଭିଜନ ଅଭିନେତା ରାକେଶ ବାପତାଙ୍କ ହେଲା ବ୍ରେକ୍‌ଅପ୍‌ ।

ଏଜେନ୍ସୀ : ମୁମ୍ବାଇ

ଭାଙ୍ଗିଲା ଆଉ ଏକ ଯୋଡି । ଅଲଗା ହେଲେ ଆଉ ଏକ ଷ୍ଠାର୍‌ କପଲ । ବଲିଉଡ ଅଭିନେତ୍ରୀ ତଥା ଶିଳ୍ପା ଶେଟ୍ଟୀଙ୍କ ଭଉଣୀ ଶମିତା ଶେଟ୍ଟୀ ଓ ଟେଲିଭିଜନ ଅଭିନେତା ରାକେଶ ବାପତାଙ୍କ ହେଲା ବ୍ରେକ୍‌ଅପ୍‌ । ପରସ୍ପର ଠାରୁ ଅଲଗା ହୋଇଥିବା ନେଇ ଉଭୟ ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରି ଅଫିସିଆଲି ଘୋଷଣା କରିଛନ୍ତି । କରଣ ଜୋହରଙ୍କ ବିଗ୍‌ବସ୍‌ ଓଟିଟିରୁ ଶମିତା ଶେଟ୍ଟୀ ଓ ରାକେଶ ବାପତାଙ୍କ ରୋମାଣ୍ଟିକ ଲଭଷ୍ଟୋରୀ ଆରମ୍ଭ ହୋଇଥିଲା । ଏହି ରିଆଲିଟି ଶୋ’ରେ ପ୍ରଥମେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା । ଏହାପରେ ଧୀରେ ଧୀରେ ଏହି ବନ୍ଧୁତା ପ୍ରମେରେ ବଦଳି ଯାଇଥିଲା । ଉଭୟଙ୍କ ଲଭ୍‌ଷ୍ଟୋରୀ ଦର୍ଶକଙ୍କୁ ମଧ୍ୟ ଖୁବ ପସନ୍ଦ ଆସିଥିଲା । ତେବେ ରିଆଲିଟି ଶୋ’ ସରିବା ପରେ ମଧ୍ୟ ଏମାନଙ୍କ ପ୍ରମେ ସମ୍ପର୍କକୁ ନେଇ ଚର୍ଚ୍ଚା କମି ନଥିଲା । ଦୁହିଁଙ୍କୁ ପ୍ରାୟତଃ ଏକାଠି ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ମଧ୍ୟ ଶମିତା ଆଉ ରାକେଶ ନିଜ ପ୍ରେମ ସମ୍ପର୍କକୁ ସ୍ୱୀକାର କରୁଥିଲେ । ଏବେ କିନ୍ତୁ ଦୁହିଁଙ୍କ ବ୍ରେକ୍‌ଅପ୍‌ ହୋଇଯାଇଥିବା ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନଙ୍କୁ ଶକ୍ତ ଧକ୍କା ଲାଗିଛି ।

ସମ୍ବନ୍ଧୀୟ ଖବର