ବ୍ରେକିଙ୍ଗ ନିଉଯ

ଭାରତକୁ ବଡ଼ ଝଟକା : ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରୁ ନୀରଜ ଚୋପ୍ରା ଆଉଟ୍‌

2022-07-26 14:18:59 ଖେଳ

ଆଉ ମାତ୍ର ଦିନକ ପରେ ଇଂଲଣ୍ଡର ବର୍ମିହାମରେ ଆରମ୍ଭ ହେବ ରାଜ୍ୟଗୋଷ୍ଠୀ କ୍ରୀଡ଼ା । ତେବେ ଏହା ପୂର୍ବରୁ ଭାରତକୁ ଲାଗିଛି ବହୁତ ବଡ଼ ଝଟକା । ଆହତ କାରଣରୁ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରୁ ବାଦ ପଡ଼ିଛନ୍ତି ଭାରତର ସୁନା ପୁଅ ନୀରଜ ଚୋପ୍ରା।

ଏଜେନ୍ସୀ : ନୂଆଦିଲ୍ଲୀ :

ଆଉ ମାତ୍ର ଦିନକ ପରେ ଇଂଲଣ୍ଡର ବର୍ମିହାମରେ ଆରମ୍ଭ ହେବ ରାଜ୍ୟଗୋଷ୍ଠୀ କ୍ରୀଡ଼ା । ତେବେ ଏହା ପୂର୍ବରୁ ଭାରତକୁ ଲାଗିଛି ବହୁତ ବଡ଼ ଝଟକା । ଆହତ କାରଣରୁ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରୁ ବାଦ ପଡ଼ିଛନ୍ତି ଭାରତର ସୁନା ପୁଅ ନୀରଜ ଚୋପ୍ରା। ସେ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେହିପରି ନିକଟରେ ଶେଷ ହୋଇଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନ୍ସସିପରେ ଦେଶକୁ ଐତିହାସିକ ରୌପ୍ୟ ପଦକ ଭେଟି ଦେଇଥିଲେ । ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ନୀରଜ ଜାଭେଲିନ ଥ୍ରୋରେ ଭାରତ ପାଇଁ ପଦକ ଜିତିବେ ବୋଲି ସମସ୍ତଙ୍କର ଆଶା ଥିଲା । ହେଲେ କ୍ରୀଡ଼ା ମହାକୁମ୍ଭ ଆରମ୍ଭ ହେବା ପୂର୍ବରୁ ହିଁ ଆସିଛି ଖରାପ ଖବର । ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପର ଫାଇନାଲ ଖେଳୁଥିବା ବେଳେ ନୀରଜ ଚୋପ୍ରା ଆହତ ହୋଇଥିଲେ । ତଥାପି ସେ ରୌପ୍ୟ ପଦକ ଜିତିଥିଲେ । ଟୁର୍ଣ୍ଣାମେଣ୍ଟ ପରେ ତାଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ହୋଇଥିଲା । ଏହି ସମୟରେ ତାଙ୍କ ଆହତ ସମସ୍ୟା ଜଟିଳ ଥିବା ଜଣାପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ସେ ବର୍ମିହାମରେ ଅନୁଷ୍ଠତ ହେବାକୁ ଥିବା ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବେ ନାହିଁ । ସେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରୁ ବାଦ ପଡ଼ିଥିବା ଭାରତୀୟ ଅଲିମ୍ପିକ୍ସ ଆସୋସିଏସନର ସାଧାରଣ ସମ୍ପାଦକ ରାଜୀବ ମେହେଟା ସୂଚନା ଦେଇଛନ୍ତି । ସେ କହିଛନ୍ତି, ନୀରଜ ଚୋପ୍ରା ୨୦୨୨ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବେ ନାହିଁ । ସେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପ ଫାଇନାଲରେ ଆହତ ହୋଇଥିଲେ । ଏବେ ସେ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଆଦୌ ଫିଟ ନାହାନ୍ତି । ସେ ନିଜେ ଆମକୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି । ଆମେ ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ପ୍ରାର୍ଥନା କରୁଛୁ ।


ସମ୍ବନ୍ଧୀୟ ଖବର