ବ୍ରେକିଙ୍ଗ ନିଉଯ

ନଗ୍ନ ଫଟୋସୁଟ୍‌ ପରେ ଅଡ଼ୁଆରେ ରଣବୀର, ଏଫଆଇଆର ରୁଜୁ, ଯାଇପାରନ୍ତି ଜେଲ୍‌

2022-07-26 14:12:01 ମନୋରଞ୍ଜନ

ବଲିଉଡ ଅଭିନେତା ରଣବୀର ସିଂହଙ୍କ ନଗ୍ନ ଫଟୋ ସୁଟ୍‌କୁ ନେଇ ଆରମ୍ଭ ହୋଇଯାଇଛି ଜୋରଦାର ବିବାଦ । ଏହି ଫଟୋକୁ ନେଇ ଟ୍ରୋଲ୍‌  ହେଉଥିବା ରଣବୀର ଏବେ ଆଇନର ଜାଲରେ ଫସିବାକୁ ଯାଉଛନ୍ତି । 

ଏଜେନ୍ସୀ : ମୁମ୍ବାଇ  :

ବଲିଉଡ ଅଭିନେତା ରଣବୀର ସିଂହଙ୍କ ନଗ୍ନ ଫଟୋ ସୁଟ୍‌କୁ ନେଇ ଆରମ୍ଭ ହୋଇଯାଇଛି ଜୋରଦାର ବିବାଦ । ଏହି ଫଟୋକୁ ନେଇ ଟ୍ରୋଲ୍‌  ହେଉଥିବା ରଣବୀର ଏବେ ଆଇନର ଜାଲରେ ଫସିବାକୁ ଯାଉଛନ୍ତି । ଅଭିନେତାଙ୍କ ବିରୋଧରେ ମୁମ୍ବାଇର ଚେମ୍ବୁର ଥାନାରେ ଏଫଆଇଆର ରୁଜୁ ହୋଇଥିବାବେଳେ ତାଙ୍କୁ ଗିରଫ କରିବାକୁ ଦାବି କରାଯାଇଛି । ରଣବୀରଙ୍କ ବିରୋଧରେ ଆଇପିସିର ଧାରା ୫୦୯, ୨୯୨, ୨୯୪,  ଆଇଟିର ଧାରା ୬୭ଏ ଅନ୍ତର୍ଗତ ମାମଲା ରୁଜୁ ହୋଇଛି । ଏକ ଏନଜିଓ ଚଳାଉଥିବା ଲଳିତ ଶ୍ୟାମ ନାମକ ଜଣେ ବ୍ୟକ୍ତି ଏହି ଏଫଆଇଆର ଦାୟର କରିଥିବାବେଳେ ସେ ଅଭିଯୋଗ କରିଛନ୍ତି ଯେ ଏହି ଅଶ୍ଳୀଳ ଫଟୋ ଦେଖିବା ପରେ ମହିଳାଙ୍କ ମନରେ ଲଜ୍ଜା ଭାବ ସୃଷ୍ଟି ହେବ । ଟୁଇଟର ଏବଂ ଇନଷ୍ଟାଗ୍ରାମରୁ ଏହି ଫଟୋ ହଟାଇବାକୁ ସେ ଦାବି କରିଛନ୍ତି । ଏନଜିଓ ପକ୍ଷରୁ ଏଫଆଇଆର କରିଥିବା ଓକିଲ କହିଛନ୍ତି ଯେ ଆମେ ଚାହୁଁ ରଣବୀର ଗିରଫ ହୁଅନ୍ତୁ । ପୁଲିସ ଯାଞ୍ଚ ପାଇଁ ୪୮ ଘଣ୍ଟା ସମୟ ମାଗିଛି । ଓକିଲଙ୍କ କହିବାନୁସାରେ ଆଇପିସିର ଧାରା ୨୯୨ ଅନ୍ତର୍ଗତ ୫ବର୍ଷ ଏବଂ ଧାରା ୨୯୩ ଅନ୍ତର୍ଗତ ତିନିବର୍ଷର ଜେଲ ଦନ୍ଦାଦେଶ ପ୍ରାବଧାନ ରହିଛି । ସେହିପରି ଆଇଟି ଆକ୍ଟ ୬୭ଏ ଅନ୍ତର୍ଗତ ୫ବର୍ଷ ଜେଲ ଦନ୍ଦାଦେଶ ହୋଇପାରେ । 

ବଦଳିଲା ଲୁକ୍‌

ନ୍ୟୁଡ  ଫଟୋ ସୁଟ୍‌କୁ ନେଇ ବିବାଦ ଭିତରେ ନିଜ ଲୁକ୍‌ ବଦଳାଇ ପୁଣିଥରେ ପ୍ରଶଂସକଙ୍କୁ ଚକିତ କରିଛନ୍ତି ରଣବୀର । ଏବେ ସେ କୁର୍ତ୍ତା ପାଇଜାମା ପିନ୍ଧି ଛାଡ଼ିଛନ୍ତି ନିଜର ଏକ ଭିନ୍ନ ଫଟୋ । ମୁକୁଳା ଦେହର  ଫଟୋ ପରେ ଏବେ ଫୁଲ୍‌ ସାର୍ଟ ଓ ପ୍ୟାଣ୍ଟ ପିନ୍ଧା ଫଟୋ ଏହା ସୂଚାଉଛି ଯେ ରଣବୀର ପୁରୁଣା ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଚାହୁଁଛନ୍ତି ।

ଯଦି ମହିଳାଙ୍କୁ ହଁ ତେବେ ପୁରୁଷଙ୍କୁ କାହିଁକି ନୁହେଁ: ରାମଗୋପାଳ

ରଣବୀରଙ୍କ ବିବାଦୀୟ ଫଟୋକୁ ନେଇ ସବୁଠି ପ୍ରତିବାଦ ସୃଷ୍ଟି ହୋଇଥିବା ବେଳେ ଇନ୍ଦଷ୍ଟି୍ର କିନ୍ତୁ ଆସିଛି ତାଙ୍କ ସମର୍ଥନରେ । ଏକ ସାକ୍ଷାତକାରରେ ନିଦେ୍ର୍ଦଶକ ରାମଗୋପାଳ ବର୍ମା କହିଛନ୍ତି ଯେ ଯଦି ମହିଳାମାନେ ନିଜ ଶରୀର ଦେଖାଇପାରିବେ ତେବେ ପୁରୁଷମାନେ କାହିଁକି ନୁହେଁ? ଏଭଳି ଭିନ୍ନ ମାନସିକତା ରହିବା ଅନୁଚିତ । ମହିଳାଙ୍କୁ ଯେପରି ପୁରୁଷଙ୍କ ସହ ସମାନ ଅଧିକାର ମିଳିବା ଦରକାର ଠିକ୍‌ ସେହିପରି ପୁରୁଷଙ୍କ ନିକଟରେ ମଧ୍ୟ ମହିଳାଙ୍କ ଭଳି ସମାନ ଅଧିକାର ରହିବା ଦରକାର । ଏଭଳି ଅଯଥା ବିବାଦ ଠିକ୍‌ ନୁହେଁ । 

ସମ୍ବନ୍ଧୀୟ ଖବର