ଭୁବନେଶ୍ୱର ରାଜରାସ୍ତାରେ ଷ୍ଟାରଙ୍କ କଳି । ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଅଭିନେତା ବାବୁ ସାନ୍ଙ୍କ ସହ ତାଙ୍କ ପତ୍ନୀ ଝଗଡା କରୁଛନ୍ତି ।
ଭୁବନେଶ୍ୱର ରାଜରାସ୍ତାରେ ଷ୍ଟାରଙ୍କ କଳି । ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଅଭିନେତା ବାବୁ ସାନ୍ଙ୍କ ସହ ତାଙ୍କ ପତ୍ନୀ ଝଗଡା କରୁଛନ୍ତି । ତେବେ ଏହି ଝଗଡାର କାରଣ ଅଭିନେତ୍ରୀ ପ୍ରକୃତି ମିଶ୍ର ନୁହଁନ୍ତି ତ?
ପ୍ରକୃତିଙ୍କ ଚୁଟି ଭିଡି ତାଙ୍କୁ ସେଇ ଗାଡିରୁ ଭିଡି କାଢୁଛନ୍ତି ବାବୁସାନଙ୍କ ପତ୍ନୀ, ଯେଉଁ ଗାଡିରେ ନିଜେ ଥିଲେ ବାବୁସାନ୍ । ଆଉ ପ୍ରକୃତି ଭାଇ ଦୟାକରି ମୋତେ ସାହାଯ୍ୟ କରନ୍ତୁ ବୋଲି ଚିକ୍ରାର କରୁଛନ୍ତି । ତେବେ ବାବୁସାନ ଓ ପ୍ରକୃତିଙ୍କ ମଧ୍ୟରେ ସମ୍ପର୍କକୁ ନେଇ କ’ଣ କ୍ଷୁବ୍ଧ ଥିଲେ ବାବୁସାନଙ୍କ ପତ୍ନୀ । ଯଦିଓ ଘଟଣାକୁ ନେଇ ଥାନାରେ କୌଣସି ଏତଲା ହୋଇନାହିଁ ତେବେ ଏହି ଭିଡିଓ ଏବେ ବେଶ ଚର୍ଚ୍ଚା ସୃଷ୍ଟି କରିଛି ରାଜ୍ୟବ୍ୟାପୀ ।
ସୂଚନା ଅନୁସାରେ ବାବୁସାନ ଏବଂ ପ୍ରକୃତି ଯାଉଥିବା କାର୍କୁ ଅଟକାଇ ଅଭିନେତ୍ରୀଙ୍କୁ ଧୁମ୍ ଛେଚିଥିଲେ ବାବୁସାନଙ୍କ ପତ୍ନୀ । ପ୍ରକୃତିଙ୍କ କାରଣରୁ ତାଙ୍କ ପରିବାର ଭାଙ୍ଗିଥିବା କହି ରାସ୍ତାରେ ଗୋଡେଇ ଗୋଡେଇ ଧକ୍କା ମାରୁଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ।