ବ୍ରେକିଙ୍ଗ ନିଉଯ

କ୍ୟାଟ୍ରିନା ଦେବେ କି ଗୁଡ଼ ନ୍ୟୁଜ ?

2022-07-20 14:11:08 ମନୋରଞ୍ଜନ

ଆଲିଆ ଭଟ୍ଟ ଯେବେଠାରୁ ମା’ ବନିବାକୁ ଯାଉଥିବା ଖବର ଦେଲେ ସେବେଠାରୁ କ୍ୟାଟ୍ରିନାଙ୍କୁ ନେଇ ଚର୍ଚ୍ଚା ବେଶ ଜୋର ଧରିଛି । ଯଦିଓ କ୍ୟାଟ୍ରିନା ଅଦ୍ୟାବଧି ଏନେଇ ମୁହଁ ଖୋଲି ନାହାଁନ୍ତି ତେବେ ତାଙ୍କ ସମର୍ଥକ ଓ ପ୍ରଶଂସକମାନଙ୍କୁ ଲାଗୁଛି ଯେ ସେ ଖୁବଶୀଘ୍ର ଦେଇପାରନ୍ତି ଗୁଡ଼ ନ୍ୟୁଜ  ।

ଏଜେନ୍ସୀ :  ମୁମ୍ବାଇ :

ଆଲିଆ ଭଟ୍ଟ ଯେବେଠାରୁ ମା’ ବନିବାକୁ ଯାଉଥିବା ଖବର ଦେଲେ ସେବେଠାରୁ କ୍ୟାଟ୍ରିନାଙ୍କୁ ନେଇ ଚର୍ଚ୍ଚା ବେଶ ଜୋର ଧରିଛି । ଯଦିଓ କ୍ୟାଟ୍ରିନା ଅଦ୍ୟାବଧି ଏନେଇ ମୁହଁ ଖୋଲି ନାହାଁନ୍ତି ତେବେ ତାଙ୍କ ସମର୍ଥକ ଓ ପ୍ରଶଂସକମାନଙ୍କୁ ଲାଗୁଛି ଯେ ସେ ଖୁବଶୀଘ୍ର ଦେଇପାରନ୍ତି ଗୁଡ଼ ନ୍ୟୁଜ  । ତେବେ ଏହାର କାରଣ କ’ଣ?  ଦୀର୍ଘ ସମୟ ଧରି କ୍ୟାଟ୍ରିନା ଗଣମାଧ୍ୟମର ନଜରରୁ ଗାଏବ ରହୁଛନ୍ତି । ତେଣୁ ତାଙ୍କ ଅନୁପସ୍ଥିତିକୁ ନେଇ ଏହି ଆଶଙ୍କା କରାଯାଉଛି ଯେ କ୍ୟାଟ୍ରିନା ବୋଧହୁଏ ମା’ ବନିବାକୁ ଯାଉଛନ୍ତି । ଏବେ କ୍ୟାଟ୍ରିନାଙ୍କୁ ବିମାନବନ୍ଦରରେ ସ୍ୱାମୀ ଭିକି କୌଶଳଙ୍କ ସହ ଦେଖିବାକୁ ମିଳିଥିଲା । ମାଲଦ୍ୱୀପରୁ ଜନ୍ମଦିନ ପାଳନ ପରେ ସେ ଭାରତ ଫେରିଥିଲେ  । ଆଉ ବିମାନବନ୍ଦରରେ କ୍ୟାଟ୍ରିନାଙ୍କୁ ସ୍ପଟ୍‌ କରାଯିବା ପରେ ପୁଣିଥରେ ସେହି ଖବର ଜୋର ଧରିଛି । ଏହା ପଛର କାରଣ ହେଉଛି ତାଙ୍କର ପୋଷାକ । ସମର୍ଥକମାନେ ଦାବି କରିଛନ୍ତି ଯେ ମାଲଦ୍ୱୀପ ଯିବା ସମୟରେ ଏବଂ ସେଠାରୁ ଫେରିବା  ସମୟରେ ତାଙ୍କ ଲୁକ୍‌ରେ ବଡ଼ ପରିବର୍ତ୍ତନ ଆସିଛି । ସେ ଲୁକ୍‌କୁ ଅତି ସାଧାରଣ ଏବଂ କାଜୁଆଲ୍‌ ରଖିଛନ୍ତି । ସେ ଲୁଜ୍‌ ଓଭର ସାଇଜ୍‌ ପୋଷାକ ପିନ୍ଧୁଛନ୍ତି । ବୋଧହୁଏ ସେ ନିଜର ବେବିବମ୍ପକୁ ଲୁଚାଇବାର ଚେଷ୍ଟା କରୁଛନ୍ତି । ତେବେ ଏହା କେତେ ସତ କେତେ ମିଛ ତାହା କେବଳ କ୍ୟାଟ୍ରିନା ହିଁ କହିପାରିବେ ।


ସମ୍ବନ୍ଧୀୟ ଖବର