ବ୍ରେକିଙ୍ଗ ନିଉଯ

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ: ରୋହିତ କ୍ୟାପଟେନ

2022-07-14 15:19:05 ଖେଳ

 ୱେଷ୍ଟଇଣ୍ଡିଜ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ। ବିସିସିଆଇ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛି।

ଏଜେନ୍ସୀ : ନୂଆଦିଲ୍ଲୀ :

 ୱେଷ୍ଟଇଣ୍ଡିଜ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ। ବିସିସିଆଇ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ତେବେ ଏହି ସିରିଜରୁ ବାଦ୍ ପଡିଛନ୍ତି ବିରାଟ କୋହଲି। ତାଙ୍କୁ ବିଶ୍ରାମ ଦିଆଯାଇଛି। ଏଥିସହ ଜସପ୍ରିତ ବୁମ୍ରାଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇନାହିଁ। ତାଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି। ଏଥି ସହିତ କେଏଲ୍ ରାହୁଲ ଏବଂ କୁଲଦୀପ ଯାଦବ ଦଳରେ ସୁଯୋଗ ପାଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ରାହୁଲ ଆହତ ହୋଇଥିଲେ। ଏହା ପରେ ସେ ଚିକିତ୍ସା ପାଇଁ ଜର୍ମାନୀ ଯାଇଥିଲେ। ନିକଟରେ ସେଠାରୁ ଫେରିଛନ୍ତି। ଆଘାତ ପରେ କୁଲଦୀପ ଯାଦବ ମଧ୍ୟ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଉଭୟ କେବଳ ଫିଟନେସ୍ ପରୀକ୍ଷା ପରେ ଦଳରେ ସ୍ଥାନ ପାଇବେ। ବଡ ଖବର ହେଉଛି ଏହି ଟି-ଟ୍ୱେଣ୍ଟି  ସିରଜ୍ରେ ଆର୍ ଅଶ୍ୱିନ୍ ଦଳକୁ ଫେରିଛନ୍ତି। ଟି–ଟ୍ୱେଣ୍ଟି ୱାର୍ଲ୍ଡକପ୍ ପରେ ଆର୍ ଅଶ୍ୱିନଙ୍କୁ ଟି- ଟ୍ୱେଣ୍ଟି ଦଳରେ ଚୟନ କରାଯାଇ ନଥିଲା। ବିସିସିଆଇ ଦ୍ୱାରା ପ୍ରକାଶିତ ତାଲିକାରେ ବିରାଟ କୋହଲି ଏବଂ ବୁମ୍ରାଙ୍କ ନାଁ ନାହିଁ। ଉଭୟଙ୍କୁ ବିଶ୍ରାମ ଦିଆଯିବ ବୋଲି ପୂର୍ବରୁ ହିଁ ଆଶଙ୍କା କରାଯାଉଥିଲା। ଆହତ କାରଣରୁ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ କୋହଲି ଖେଳି ପାରିନଥିଲେ। ଆଜି ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଦିନିକିଆରେ ମଧ୍ୟ ସେ ଫିଲ୍ଡକୁ ଓଲ୍ହାଇବା ସମ୍ଭାବନା କମ୍ ରହିଛି। ଅନ୍ୟପକ୍ଷରେ, ବୁମ୍ରାଙ୍କୁ କାର୍ୟ୍ୟଭାର ପରିଚାଳନା ଅଧୀନରେ ବିଶ୍ରାମ ଦିଆଯାଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ରୋହିତ ଶର୍ମାଙ୍କ ହାତରେ ରହିଛି। ସେହିପରି ଭାଇସ୍ କ୍ୟାପ୍ଟେନ ଦାୟିତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦିଆଯାଇଛି।  ରିଷଭ ପନ୍ତ ମଧ୍ୟ ଦଳରେ ସାମିଲ ହୋଇଛନ୍ତି। ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜ୍ ଜୁଲାଇ ୨୯ରୁ ଆରମ୍ଭ ହେବ। ଏଥିରେ ୫ଟି ମ୍ୟାଚ୍ ଖେଳାଯିବ। 

ସମ୍ବନ୍ଧୀୟ ଖବର